ଶରତର ପ୍ରଭା
ଶରତର ପ୍ରଭା
ଶରତର ପ୍ରଭା
ଶରତ ପତର ଝଡ଼ଇ ତରୁଶାଖାରୁ ରୁ ଧୀରେ ଧୀରେ ,
ତାରା ମିଟି ମିଟି କରି ଆଖି ହସଇ ଚନ୍ଦ୍ର ମଣ୍ଡଳ ଭିତରେ ।
କୋମଳ ମେଘମାଳା ରାତି
ଭାସି ବୁଲେ ନୀଳ ଆକାଶେ ,
ପେଚାଟି ଚାହିଁଛି ଉଡ଼ନ୍ତା ବାଦୁଡ଼ିଟିକୁ ଖାଇବା ଆଶେ।
ଜେଜେମା ବସିଛନ୍ତି ଖୋଲା ଆକାଶ ତଳେ,
ଝଟକେ ସେ କିରଣେ ପୂର୍ଣ୍ଣିମା ଜୋଛନା ବଳେ।
ପିଲାଏ ଜମିଲେ ଶୁଣିବାକୁ ପରୀ କାହାଣୀ,
ଶୋଇପଡ଼ନ୍ତି ସେ ସ୍ବପ୍ନର ଗୋପପୁର ଆଣି।
ଜେଜେବାପା ଆରାମ କେଦାରାରେ ଶୋଇ ହୁକା ଟାଣନ୍ତି,
ଚା’ ପିଇ ପିଇ ସେ କାହାଣୀ ଶୁଣିବାରେ ମନ ଦିଅନ୍ତି।
କିନ୍ତୁ ତାଙ୍କ ବାରମ୍ବାର କଥା କାଟିବା ପିଲାଙ୍କୁ ନ ଚଳେ,
ସେମାନେ ଚାହାନ୍ତି କାହାଣୀ ସରୁ ନିରୋଳେ।
ବୋଉ ପରଷଇ ରାତ୍ରି ଭୋଜନ ମାଟି ଚଟାଣେ,
ଦୁର୍ଗାପୂଜା ମଣ୍ଡପ ଝଟକେ ଆଲୋକର ତାନେ।
କାଠପୁତ୍ତଳି, ଢୋଲ, ବାଜାରେ ଗାଁ ଲୋକେ ମାତନ୍ତି,
ଉତ୍ସବର ରାତିରେ ଅପୂର୍ବ ଆନନ୍ଦ ପାଆନ୍ତି।
ଆମିଷ ଓ ନିରାମିଷ ସ୍ବାଦିଷ୍ଟ ବ୍ୟଞ୍ଜନ,
ଗାଁ ଲୋକଙ୍କ ମନ କରେ ଆପ୍ୟାୟିତ ପ୍ରସନ୍ନ।
ଏହି ଶରତର ଶୋଭା ସତେ ଅମୃତର ଧାରା,
ମାନବ ଜାତି ପାଇଁ ଶାନ୍ତିର ଏକ ନୀଡ଼ ପାରା।
ଆସ ହେ ନାଗରିକ, ପାର୍କର ମୋହ ଛାଡ଼ି,
ଗାଁର ଖୋଲା ପଡ଼ିଆକୁ ଆସ ବେଗେ ଦୌଡ଼ି ।
ଶରତର ରୂପରସ ମନଭରି ଉପଭୋଗ କରିବା,
ସବୁ ଦୁଃଖ ଭୁଲି ଆମେ ନାଚିବା ଓ ଗାଇବା।
ପ୍ରତି ଶରତେ ଏମିତି ଭେଟ ହେଉଥାଉ ଆମର,
ଶ୍ବାସ ଥିବା ଯାଏ ବାନ୍ଧିହୋଇ ଥାଉ ଏମିତି ପ୍ରୀତିର ଡୋର।
( Composed by©Abadhoot Panda, Cuttack, India.)
