STORYMIRROR

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ଦୁର୍ଗା ମାଆଙ୍କୁ ଦେଖି

ଦୁର୍ଗା ମାଆଙ୍କୁ ଦେଖି

1 min
182


ଦୁର୍ଗା ମାଆଙ୍କୁ ଦେଖି ମେଘ ଆକାଶରେ

ସୁରୁଜ ବୁଣେ ମୁରୁଜ

ଦୁର୍ଗା ମାଆଙ୍କୁ ଦେଖି କାଚକେନ୍ଦୁ ପୋଖରୀରେ

ନୀଳ କଇଁ ଅସହଜ

ଦୁର୍ଗା ମାଆଙ୍କୁ ଦେଖି ନୀଳଜଳ ସରୋବରେ

ହଂସରାଳି ଚାଲେ ପିନ୍ଧି ପାଉଁଜ

ଦୁର୍ଗା ମାଆଙ୍କୁ ଦେଖି ନୀଳ ସମୁଦ୍ର ଢେ଼ଉରେ

କାଇଁଚମାଳିଆ ହେଜ ଓ ଭିଜ

ଦୁର୍ଗା ମାଆଙ୍କୁ ଦେଖି ଉର୍ମୀରେ ଭରା ସାଗର

ଢେଉ ବଜାଏ ବାଜା ପଖଉଜ

ଦୁର୍ଗା ମାଆଙ୍କୁ ଦେଖି ତାରା ଗହଣରେ ଜହ୍ନ

ଆଖି ମାରି ହୁଏ ସଜ

ଦୁର୍ଗା ମାଆଙ୍କୁ ଦେଖି ସବୁଜ ପ୍ରକୃତି ହସେ କିରିକିରି

କାଶତଣ୍ଡି ପଠାରେ ବାଜ

ଦୁର୍ଗା ମାଆଙ୍କୁ ଦେଖି ପଶୁ ପକ୍ଷୀ ଓ ମଣିଷ ସମାବେଶ

ସତେ କି ଆସିଛି ଧରାରେ ରଜ

ଦୁର୍ଗା ମାଆଙ୍କୁ ଦେଖି ଋତୁମାନେ ସବୁ ସଜବାଜ

ବନସ୍ତେ ନମସ୍ତେ କହେ ଗଜ

ଦୁର୍ଗା ମାଆଙ୍କୁ ଦେଖି ଫୁଲ ପଟୁଆର ଶୋଭା ସାଜି

ଅଞ୍ଜଳି ପାତି ମାଗନ୍ତି ଫୁଲ ବରଜ

ଦୁର୍ଗା ମାଆଙ୍କୁ ଦେଖି ନବବଧୂ ସାଥେ ସାଧବ ବୋହୁ

ସଜାଡନ୍ତି ଧୂପ ଦୀପ ବଳିତା ସଞ୍ଜ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract