STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଜୀବନ ଛଳ 

ଜୀବନ ଛଳ 

1 min
2


ଜୀବନ ନଈ ଦୁଇ କୂଳ 
ଦୁଃଖ ସୁଖ ଦୁଇ ଫାଳ 
କେବେ ଫଳମୂଳ 
କେବେ କାକତାଳ 
ପାଣି ପରି କଳକଳ 
ଜୀବନ ଗୋଟେ ପଟେ ଆକୁଳ 
ଗୋଟେ ପଟେ ଅଥଳ ଅଚଳ 
ଦେଖି ଶିଖି ପଢି ବେଳକାଳ 
ଜୀବନ ପାଣିଫୋଟକା ତତ୍କାଳ 
ହେଉ ଦେଶ ରହୁ ଯଶ ଉତ୍କଳ 
ଜୀବନ କେବେ ବିକଳ 
କେବେ ବକଳ କଳ କୌଶଳ 
ଜୀବନର ନଈ ତୁଠ ଛୁଇଁ ଦୁଇକୂଳ 
ଉତ୍ଥାନ ପତନ ବେଳ 
ସାହାସ ବିଶ୍ୱାସ ବେଳ 
ଉପରବାଲାର ଖେଳ 
ଋତୁ ପରେ ଋତୁ ମାସ ପରେ ମାସ ବିତୁ 
ଜୀବନ କର୍ଷଣ ବର୍ଷଣ ଛଳଛଳ 
ଜୀଇଁବା ମରିବା ବୁଦ୍ଧିବଳ 
ଜୀବନ ଶାଶ୍ୱତ ଦୁଃଖ ସୁଖ ମିଶ୍ରିତ 
ଖଳ ଛାଡି ଲୋଟାଇ ବଳ ଧରିଲେ ଡ଼ାଳ 
ଜୀଇ ଯିବା ଅଢେଇଦିନର ବେଳକାଳ 
ଛଳ କପଟକୁ କରି ଦେହର ବକଳ 
ଜୀବନ ଯିବ ତା ବାଟରେ 
ହେଉ ମହାକାଳଫଳ 
ଅବା ନିଦାଘ କାଳ 
ହେବ ଶୁଶୀତଳ ନଈର ସ୍ୱଚ୍ଛ ଜଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract