STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ନିଆଁ  ,,,,,,,,,

ନିଆଁ  ,,,,,,,,,

1 min
0


ଜହ୍ନ ପରି ଜଳୁଥିବା ନିଆଁ 
ନଥାଏ ଧୂଆଁ 
ଜଳନ୍ତା ନିଆଁରେ ଧୂଆଁ ଥିଲେ 
ଲାଗିଯିବ ତା ଚିଆଁ 
ଏନ୍ତୁଡ଼ି ଶାଳେ ଜଳେ ନିଆଁ 
ଶିଶୁ ଯେବେ କାନ୍ଦେ କୁଆଁ 
ଯୁଇର ଜଳନ୍ତା ନିଆଁ 
କୁହୁଳେ ମନରେ ଧୂଆଁ 
ନୁହେଁ ଦି ଦିନିଆଁ 
ସମୟର ତାଳେ ଲାଗେ ଛାତିରେ 
ନିଆଁ ଭରି କିମିଆଁ 
ଜଳିବା ପୂର୍ବରୁ ହୋମ ନିଆଁ 
କାନ୍ଦୁଥାଏ କନିଆଁ 
ଭଲ ଭେଲ ଦୁଇ ନିଆଁ 
ହୁଏ ଯେବେ ଅମାନିଆଁ 
ପାଉଁଶ କରେ ଲୋକେ ଛାନିଆଁ 
ଆଜି କଥା କାଲି ନାଇଁ 
ନିଆଁ ଥିଲେ ଧୂଆଁ ଥାଇ 
ନଥିଲେ ବାଇଆ ହାଇଁ ପାଇଁ 
ନିଆଁ ପରା ସର୍ବଗ୍ରାସୀ 
ଜୀବନ ହେଉ ପଛେ ଦି ଦିନିଆଁ
ନିଆଁ ନଥିଲେ ଜୀବନ ପାଉଁଶିଆ 
ମନ ବୁଝେନା ଆଖି କହେ 
ସୁନାପାନିଆଁ ଓ ରୁପାପାନିଆଁ 
ଖେଳ ଏଠି ଅଢେଇ ଦିନିଆଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract