STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ସମୟ 

ସମୟ 

1 min
2


ମଧ୍ୟାହ୍ନ ବିରତି ନିଏ ଅପରାହ୍ନ ଫେରିଯାଏ 
ସାୟାହ୍ନ ଅବୁଝା ହୁଏ ନିଦ ଯେବେ ଭାଙ୍ଗିଯାଏ 
ଅପୂର୍ଣ୍ଣରୁ ପୂର୍ଣ୍ଣତା ଆଡକୁ ନିଏ ନଥିବା କଥା ହୁଏ 
ଦୀପ ନିଆଁ ଓ ସଳିତା ଲିଭିସାରିଥାଏ 
ମୋହ ଓ ମାୟାର ସଞ୍ଜବତୀ ଖିଏ 
ଭିତରେ ଏ ତ ଚକାନୟନ ସିଏ 
ଯାହାର ଆଦେଶ ଥାଏ 
ଉଠ ଫେରିଯାଅ ଶ୍ରୀକ୍ଷେତ୍ରରୁ 
ରାତି ଅପସରିବା ପୂର୍ବରୁ 
ସୂର୍ଯ୍ୟ ପୂର୍ବ ଆକାଶରେ ଉଏଁ 
ଶୀତୁଆ ପାଗରେ ପ୍ରକୃତି ଶୋଇଥାଏ 
ଆଦେଶ ଶିରୋଧାର୍ଯ୍ୟ ଭକ୍ତ କହେ 
ଉଠି ହୁଏନା କେମିତି କଥା ଇଏ 
ପାଦ ପଦ୍ମ ତ ଟିକେ ମହାବାହୁ ଛୁଏଁ 
ତା ପରେ ଯୁଆଡେ ଯାଏ 
ଖେଳ ବାକି ନାହିଁ 
ସମୟ କାହାକୁ ଅପେକ୍ଷା କରେନାହିଁ 
ସମସ୍ତେ ଆଗେ ଆଗେ କିଛି ଦୂର ଯାଏଁ 
ପଛେ ପଛେ ଚାଲିଥାନ୍ତି ସିଏ 
ଆଜନ୍ମ ବ୍ରାହ୍ମଚାରୀ ଭକ୍ତଟିଏ 
ସମୁଦ୍ରେ ପଶିଲା ବେଳେ ଅଭିମାନ ନୁହେଁ 
ବିବେକର ଇଶାରାରେ ଆଗେଇ ଯାଏ 
ତଥାପି ଡ଼ଙ୍ଗାଟିଏ ଥାଏ 
ନାଉରୀ ଓଦା ଦେହ ପୋଛିଦେଇ ନାମ ତାର 
କଳାକାହ୍ନୁ କହେ 
ଅଭିଯୋଗ କରନାହିଁ ବେଳ ରତରତ ହୁଏ 
ସମସ୍ତେ ଫେରିଗଲେଣି 
ତୁମେ ମୋ ନୌକାରେ ପୂର୍ବଜନ୍ମ ପାଇବା ଯାଏଁ 
ଭାବ ଓ ଭକ୍ତି ସମୟକୁ ହରାଇନଥାଏ 
ଆଶ୍ରା ଦିଏ ଭରଷା ପାଇବାକୁ ଯୋଗ୍ୟ ହୁଏ 
ପ୍ରଭୁଙ୍କ ଲୀଳା ବୁଝିବାର ସମୟଟିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract