STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ସାଥି

ସାଥି

1 min
291


ସାଥି ମୋହର ପାଣି ପବନ

        ଆଲୋକ ବିନା କାଳ

ସାଥିଟି ଅଟେ ବୃକ୍ଷ ଦେବତା

        ଯୋଗାଏ ଛାଇ ଫଳ।୧।


ଯାହାର ଦେହେ ଠିଆ ହୋଇଛି

        ମୃତ୍ତିକା ଯା'ର ନାମ

ବଞ୍ଚି ରହିଛି ଜୀବନ ଧରି

        ଏଇ ପୃଥିବୀ ଧାମ।୨।


ନୀଳ ଆକାଶ ଛାତ ସ୍ବରୂପ

        ମୁଣ୍ଡ ଉପରେ ଠିଆ

ଶିକ୍ଷା ଯେ'ଦିଏ ଶାନ୍ତ ମନରେ

         ବଞ୍ଚିକି ଧରି ହିଆ।୩।


ବର୍ଷା କରାଏ ସମୁଦ୍ର ତେଣୁ

         ଚିର ହିଁ ସାଥି ମୋର

ନଦୀ ଯୋଗାଏ ମିଠା ପାଣିକୁ

         ଜୀବନ ବଞ୍ଚିବାର।୪।


ଦିନଟି ସାଥି କର୍ମ କରିବା

         ରାତି ବିଶ୍ରାମ ପାଇଁ

ସୁସ୍ଥ ଶବଳ ହୋଇ ରହିବା

       ଯୋଗାଏ ସାଥି ହୋଇ।୫।


ଈଶ୍ବର ସାଥି ପ୍ରତିଟି କ୍ଷଣ

        ହୃଦୟେ ଯିଏ ରହି

ସାଥିଟେ ହୋଇ ଆଣିଛି ମର୍ତ୍ତ୍ଯେ

        ମୃତ୍ଯୁର ସାଥେ ଯାଇ।୬।


ଏମାନେ ଚିର ସାଥିଟେ ସଦା

       ମୋହର ଜୀବନରେ

ବାପା କି ମାଆ ପତ୍ନୀ ଓ ପୁତ୍ର

      ମିଛ ଅଭିନୟରେ।୭।


ଆତ୍ମୀୟ କହି କାମନା ଫୁଟେ

      ମୋହରେ ବଶବର୍ତ୍ତୀ

ସାଥିରେ ଥାଏ ବଞ୍ଚିବା ଯାଏ

      ମୃତ୍ଯୁରେ ନାହିଁ ପ୍ରୀତି।୮।


ଶବ ପଛରେ ଗୋବର ପାଣି

       ପକାନ୍ତି ଯେଉଁ ଜନ

ଏମିତି ସାଥି ଇହ ଜଗତେ

       ଧରିକି ହେବି ଧନ୍ଯ?୯


ତେବେ ବି ମୋତେ ବଞ୍ଚିବା ଚାହେଁ

       ହେଉ ପଛକେ ମିଛ

ଦୁଃଖ ଓ ସୁଖ ସଂସାର ହାଟ

       ନ ହେଉ ସାଥି ସ୍ବଚ୍ଛ।୧୦।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract