ଫଗୁଣରେ ଫଗୁ ଫଗୁ ଖେଳ
ଫଗୁଣରେ ଫଗୁ ଫଗୁ ଖେଳ
ଫଗୁଣରେ ଫଗୁ ଖେଳ
ସୁକାନ୍ତ ଖଣ୍ଡା
-ରାଧାକୃଷ୍ଣ -
ସୁବାର୍ତ୍ତା ଦେବାକୁ ଓହ୍ଲାଇ ସ୍ଵର୍ଗରୁ
ରାଧାକୃଷ୍ଣ ଯୋଡ଼ି ଦେଖ
ଫଗୁ ଖେଳିବାରେ ମଗ୍ନ ରହିଛନ୍ତି
ଭାଇଚାରା ପାଇଁ ଭୋକ
ଦେବେନି କାହାକୁ ଶୋକ
ଉଦ୍ଭିଦ ହେଉ କି ପ୍ରାଣୀ ସଂସାରରେ
କୋଳେଇ କରିବେ କାଖ।୧
-ଦମ୍ପତି -
ଫଗୁଣ ଆସିଲେ ଫଗୁ ଖେଳିବାକୁ
ଆକୁଳ ହୁଅଇ ପ୍ରାଣ
ବିବାହ ବନ୍ଧନେ ହୋଇ ମତୁଆଲା
ସଂସାରେ ମାନବଗଣ
ସୁଝିବାକୁ ପିତୃଋଣ
ପ୍ରେମର ଫଗୁରେ ବୋଳାବୋଳି ହୋଇ
ଅପାର ଶାନ୍ତିରେ ଧ୍ୟାନ।
-ଉଦ୍ଭିଦ -
ଫଗୁଣ ଆସିଲେ ଉଦ୍ଭିଦ ଜଗତ
ନବ ପଲ୍ଲବରେ ମନ
ଫୁଲ ଆଉ ଫଳ ପ୍ରଦାନ କରନ୍ତି
ଇଷ୍ଟଙ୍କୁ ନିତ୍ଯ ସମ୍ମାନ
କରିବେ ଅନନ୍ତ ଦାନ
ଫଗୁଣରେ ଫଗୁ ହୃଦୟ କନ୍ଦରେ
ପ୍ରତ୍ୟେକ କରନ୍ତି ଧ୍ୟାନ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
