ଇନ୍ଦ୍ରଧନୁ
ଇନ୍ଦ୍ରଧନୁ


ସକାଳ ଅବା ସଞ୍ଜରେ
ତୁମେ ଆସି ଯାଉଥାଅ
ଯେବେ ବର୍ଷା ହୋଇ ଛାଡିଯାଏ।
ଅତର୍କିତେ କିଏ ଆଙ୍କି ଦିଏ?
ଏ ନିଟୋଳ ଛବିକୁ
ଖୁଣ ନ ଥାଇ ପୂରା ଅପରୂପ।
ତୁମେ କାହିଁକି ଆସ
ତୁମକୁ ଦେଖିଲେ ହିଁ ମୟୂର
ସମ୍ଭାଳି ନ ପାରି ନାଚିଯାଏ ।
କାହିଁକି କିମିଆଁ କର
ଭାବୁକ,ଲେଖକ ଅବା ଚିତ୍ରକରଙ୍କୁ
ବିଭୋର କର ପ୍ରେମର ନିଶାରେ।
ତୂଳୀ ଅବା କଲମ ଧରୁଧରୁ
ହଜି ଯାଅ କୁଆଡେ଼?
କାହାର ଆଦେଶ ଥାଏ ନା କ'ଣ
କିଛି ବି ବୁଝା ପଡେନି?
ଦେଖ !
କୁନି ପିଲାଏ ତାଳି ମାରୁମାରୁ
ହସ ଉଡିଗଲା ମୁଖରୁ
ଭଗ୍ନ ମନୋରଥ,ଭଗ୍ନ ହୃଦୟର।
ହେ ଇନ୍ଦ୍ରଧନୁ !
ଆଉ ଥରେ ଆସ ଏ ମର୍ତ୍ତ୍ୟକୁ
ଦେଖି ନିଅନ୍ତୁ ତୁମ ନିଟୋଳ ଛବିକୁ
ଭାବରେ ଭାବରେ ବିଭୋର ହେବାକୁ।
ହୁଏତ ଦୁଃଖ ଆଉ ଶୋକ ଚାଲିଯିବ
ଭଗ୍ନ ହୃଦୟ ଯୋଡ଼
ି ହୋଇଯିବ
ପ୍ରେମର ମୋହରେ।
ଇନ୍ଦ୍ରଧନୁ ହସି କହିଗଲା
ତାକୁ ସେତିକି ହିଁ ନିର୍ଦ୍ଦେଶ
କ୍ଷଣେ ଆସି ଚମକାଇ ଦେବା।
ସେ ତ ଅଶରିରୀ ଈଶ୍ଵରଙ୍କ ସୃଷ୍ଟି
ମେଞ୍ଚାଏ ଜଳୀୟ ବାଷ୍ପରେ
ଗଢା ତା ଶରୀର
ତାର ତ ସୂର୍ଯ୍ୟଙ୍କୁ ଭୟ
ସେ ଆସିଲେ ହିଁ ଯିବାକୁ ହୁଏ ଆରପାରି
ଯେଉଁଠି ମେଘଙ୍କ ଘର,ଚଢ଼େଇଙ୍କ କିଚିରି ମିଚିରି।
ଭସା ବାଦଲ ସାଥେ ସେ ଆସିଥାଏ
ପ୍ରେମ ମନ୍ଦିରକୁ,ହୃଦ କନ୍ଦରକୁ।
କିଏ ଭିଜିଛନ୍ତି ତ?
ଯଦି ହଁ,
କୃତାର୍ଥ ହେଲି।
ଯଦି ନାଁ
ଅତି ହିଁ ଦୁଃଖଦ।
ମୋର ଇଚ୍ଛା ଆଉ ଆଶା
ଅସଫଳ ଏ ସଂସାରରେ ହାଟରେ।
କହୁଥିଲା ଇନ୍ଦ୍ରଧନୁ
ଶୁଣୁଥିଲି ନିର୍ବିକାରେ।
ହଠାତ୍ ନିମିଳିତ
ହୃଦୟଟି ଯୋଡ଼ି ହେଉ ହେଉ
ଭଗ୍ନ ହୋଇଗଲା ବିଛେଦରେ।