STORYMIRROR

SUKANTA KHANDA

Children

4  

SUKANTA KHANDA

Children

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
18


ମନେ ପକାଇବା ଏହି ଉତ୍ସବକୁ

   ଆସରେ ସଭିଏଁ ଧାଇଁ

ସ୍ୱାଧୀନତା ପାଇଁ ଆତ୍ମ ବଳିଦାନ

   ଦେଇଛନ୍ତି ଆମ ପାଇଁ

   ତ୍ରିରଙ୍ଗା ପତାକା ଥୋଇ

ଜାତୀୟ ସଂହତି ଉଦବୁଦ୍ଧ ପାଇଁ 

   ଏକ ମନ ପ୍ରାଣ ହୋଇ।୧

ଗର୍ବ ଓ ଗୌରବ ଏ ଭାରତ ପାଇଁ

   ଧ୍ୱଜା ଆଜି ଉଡାଇଲେ 

ତ୍ରିରଙ୍ଗା ପତାକା ଜନ୍ମ ଦେଇ କରି

   ଯିଏ ରଙ୍ଗ ଦେଇଥିଲେ

   ସଭକ୍ତିରେ ଉଡ଼ାଇଲେ 

ଜନଗଣ ମନ ସଙ୍ଗୀତ ଗାଇଲେ

   ହୃଦୟରେ ଭକ୍ତି ଖେଳେ।୨

ରାମଧେନୁ ଗୀତ ପ୍ରଭାତ ଫେରିରେ

   ଆହା ମନ ମୋହୁଅଛି

ଜାତୀୟତା ଭାବ ଭାଇଚାରା ସହ

   ପ୍ରେମ ଓ ଭକ୍ତିକୁ ବାଛି

   ଜାତି ଧର୍ମ ଭୁଲୁଅଛି

ଏ ଜୀବନ ନୌକା ବୋହି ନେବା ପାଇଁ

   ଏ ଦିବସ ଆସିଅଛି।୩

କିଏ କେଉଁଠାରେ ରହିଅଛ ଭାଇ

   ଦେହକୁ ଜାଗ୍ରତ କର

ଜାତୀୟ ପତାକା ତଳେ ଠିଆ ହୋଇ

   ଯୋଡ଼ି ଦିଅ ନିଜ କର

   ଶପଥ ହେଉ ଏଥର

ଦେଶର ପ୍ରଗତି ପାଇଁ ଆଜିକାଲି

   ଶୁଭ କର୍ମ କରିବାର।୪

ଆହ୍ବାନ କରୁଛି ଏ ଅଭାଗା ପୁଅ

   ଆଜିର ଶୁଭ ଲଗ୍ନରେ

ଭୁଲି ହିଂସା ଦ୍ୱେଷ ହତ୍ୟା ଓ ଲୁଣ୍ଠନ

   ଏକତାକୁ ଆଣିବାରେ

   ହାତକୁ ମିଳାଇ ବାରେ

ପୂର୍ବ ପୁରୁଷଙ୍କୁ ମନେ ପକାଇବା 

   କହି ଜୟଜୟ ସ୍ଵରେ।୫

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children