ଚଇତି ପରବ
ଚଇତି ପରବ
ଚଇତି ପରବ
ସୁକାନ୍ତ ଖଣ୍ଡା
ଘଟଗାଁ ପୀଠରେ ଚଇତି ପରବ
ପାଳନ ହେଉଛି ଆଜି
ଆୟୋଜନ କରେ ତାରିଣୀଙ୍କ ଟ୍ରଷ୍ଟ
ଏ ପାଇଁ ସଭିଏଁ ରାଜି
ଭକତିରେ ନିଅ ଖୋଜି
ନଅ ତାରିଖରୁ ପନ୍ଦର ପର୍ଯ୍ୟନ୍ତ
ସାତଦିନ ଯାଅ ମଜି।୧
ଦରଶନ ସହ ପ୍ରସାଦ ବଣ୍ଟନ
ମାଗଣାରେ ପ୍ରତିଦିନ
ବ୍ରାହ୍ମ ମୂହୂର୍ତ୍ତରୁ ଦେବୀ ସ୍ତୁତି ସହ
ଗୀତା ଭଗବତ ଗାନ
ଚଣ୍ଡୀ ପାଠେ ଆହା ମନ
ପରିସର ମଧ୍ୟେ ମେଲୋଡି ଚାଲିଛି
ନୃତ୍ୟ ଓ ଗୀତ ଭଜନ।୨
ସଞ୍ଜ ହୋଇଗଲେ ପାଲା ମଣ୍ଡପରେ
ଭୀଷଣ ଗହଳି ହୁଏ
ସତ୍ୟ ନାରାୟଣ ପୂଜା ବିଧିମତେ
ପ୍ରବଚନ କମ୍ପୁଥାଏ
ଶୁଣିବ ଭାବୁଛ ଯିଏ
ଯଥାଶୀଘ୍ର ଆଜ୍ଞା ଆସନ ଗ୍ରହଣ
କରନ୍ତୁ ଯାଇ ସଭିଏଁ।୩
ଜିଲ୍ଲା ଆଉ ବ୍ଲକ ପ୍ରଶାସକ ଆଦି
ମାଧ୍ୟମରେ କାର୍ଯ୍ୟକ୍ରମ
ପୋଲିସ ଛାଉଣୀ ଅଗ୍ନିଶମ ସହ
ସ୍ବେଚ୍ଛାସେବୀ ଆସି ଧାମ
ଏକତା ସଭିଙ୍କ କାମ
ଆଖିର ପବିତ୍ର ପାଇଁ ଦେଖିଯାନ୍ତୁ
କାହିଁକି ଘରେ ବିଶ୍ରାମ?୪
ଆବାହନ କରେ ଏ ଅଧମ କବି
ଯୋଡ଼ିକି ନିଜର କର
ସକଳ ଜୀବଙ୍କ ସାରଥକ ପାଇଁ
ଚଇତି ପରବ ଝର
ପିଇନିଅ ବାରମ୍ବାର
ନିବଦନ ମୋର ରହିଲା ସଭିଙ୍କୁ
ବଞ୍ଚିଥିଲେ ଆର ଥର।୫
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
