ତିନୋଟି କବିତା
ତିନୋଟି କବିତା
-ପ୍ରତିଜ୍ଞା -
ପ୍ରତିଜ୍ଞା କରୁଛି ଈଶ୍ଵର ଇଚ୍ଛାକୁ
ପାଳନ କରିବି ନିତି
ଜୀବନ ଶୈଳୀ ମୋ' ନୀଚ ଯାହାଥିଲା
ସଜାଡ଼ି ପାଇବି ଜ୍ୟୋତି
ଦେହ ମନ ହେବ ଶାନ୍ତି
ପ୍ରଗତି ପାଇଁ ହିଁ ଧର୍ମ କର୍ମ ସହ
କରିବି ସଭିଙ୍କୁ ପ୍ରୀତି।
-ବେଶୀ-
କିଏ ସେ ଜାଣିଛ ସଂସାର ନିୟମ
ଆଜି ଯାହା ଚାଲୁଅଛି
କହୁଛି ବୁଝାଇ ମିଠାକଥା କୁହା
ମିଛ ବେଶୀ ରହିଅଛି
ଗରିବଙ୍କ କଷ୍ଟ ଅଛି
ମଧ୍ୟବିତ୍ତ ଲୋକ ସ୍ବପ୍ନ ବେଶୀ ଆହା
ବୋକା ଧୋକା ଖାଉଅଛି।
-ବିଦ୍ୟାର୍ଥୀ-
ହେ ବାଳକଗଣ ଶୁଣିଯାଅ ଥରେ
କହୁଛି ମହତ୍ତ୍ଵ କଥା
ଛଅ ଘଣ୍ଟା ଯଦି କଷ୍ଟ ନ କରିବ
ଆଗକୁ ଆସିବା ବ୍ୟଥା
ବାର ଘଣ୍ଟାକୁ ଚାହିଁଥା
ଖରା ବର୍ଷା ଶୀତ ସହି କାନ୍ଦୁଥିବ
ଇତିହାସ ଲେଖା ଗାଥା।
