Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gautam Das

Abstract Inspirational Children

4  

Gautam Das

Abstract Inspirational Children

ଆମ ପରିବାର

ଆମ ପରିବାର

2 mins
388


ବଗିଚାର ପୁଷ୍ପ ଘର ମନ୍ଦିର

ଗଂଗଶିଉଳି ଓ ମଂଡା ମନ୍ଦାର,

ଟଗର, ମଲ୍ଲୀକୁ ଚମ୍ପା ଗୋଲାଚି

ସଜାଅ ପାଛିଆ ଫୁଲରେ ବାଛି ।


ହରଗୌରା ଗନ୍ଧରାଜ କେରାଟ

କଇଁ ପଦ୍ମ ରାଧାକୃଷ୍ଣଙ୍କୁ ଭେଟ,

ଠାକୁର ବାସନ ଏକାଠି ଥୁଆ

ତାକୁ ମଜା ପରେ ମନ୍ଦିର ଧୁଆ ।


ବିବେକ ବାବୁଲା ଖୋକନା ନନା

ସକାଳେ ସଂନ୍ଧ୍ୟାରେ ପୂଜା ଅର୍ଚ୍ଚନା,

ଲକ୍ଷ୍ମୀ କୋଣେ ଦୀପ ତୁଳସୀ ମୂଳେ

ପ୍ରଦକ୍ଷିଣେ ଶାନ୍ତି ମନରେ ମିଳେ ।


ପିଅ ନିତି ପଞ୍ଚ ଅମୃତ ଜଳ

ନିରୋଗ ରହିବ ଜୀବନ କାଳ,

ତୁଳସୀ ମାଆଙ୍କ ଧଳା ଚଉରା

ବୈଶାଖରେ ଠେକି ଜଳରେ ଭରା ।


ବୃନ୍ଦାବତୀ ଦେବୀ ମାଆ ତୁଳସୀ

ବୈଶାଖ୍ୟେ କାର୍ତ୍ତିକେ ପୁଜନ୍ତି ବେଶି,

ପରବ ପାର୍ବଣ ଯେ ବାରମାସ

କର୍ମ ଧର୍ମ ସଂଗେ ଯେ ଉପବାସ ।


ଛଞ୍ଚ ପୋଛା ଝୁଟି ଯେ ଘର ସାରା

ଖୁଆ ଓଖୁଡାକୁ ନଡିଆକୁରା ,

ଗଢ଼େ ମୂଷାଭାଇ ଫୁଲର ମାଳ 

ସାଜି ରାଧାକୃଷ୍ଣ ଆମୂଳଚୁଳ ।


ରାକ୍ଷୀ ପୂର୍ଣ୍ଣିମାରେ ଝୁଲଣ ଦୋଳି

ରାଧାକୃଷ୍ଣ କୁଞ୍ଜେ ଖେଳନ୍ତି ମିଳି,

ଝିଲମିଲି ରଂଗେ ସାଜେ ବିମାନ

ରଘୁ ବିଶୁ ନିତା କରେ କୀର୍ତ୍ତନ ।


ଦିଅ ହେ ବିମାନ ଧିରେ ଝୁଲାଇ 

ଶ୍ରୀଲକ୍ଷ୍ମୀ ନାରାୟଣଙ୍କୁ ଚାହିଁ,

ସାରା ପରିବାର ଏକାଠି ହୋଇ

ଭାବ ଆବେଗରେ ଭଜନ ଗାଇ ।


ଶାଳଗ୍ରାମେ ପୁଜା ପାଅ ଆପଣ

ରାଧାକୃଷ୍ଣ ଶ୍ରୀଲକ୍ଷ୍ମୀ ନାରାୟଣ,

ଠାକୁରଂକ ପୂଜା ସଭିଂକ ପାଇଁ

ତାଙ୍କ ପୁଜା ହେଳା କରିବ ନାହିଁ ।


ଥାଇ ଜମିଦାର ପୂର୍ବ ପୁରୁଷ

ଉପନାମ ନିଜ ରଖିଲେ ଦାସ ,

ଈଶ୍ୱର ଆଶିଷ ଅପାର ଲାଭ

ସେବାରେ ମହାମାୟା ପଦ୍ମନାଭ ।


ଗାଅ ହରେ କୃଷ୍ଣ ଓ ହରେ ରାମ

କଳିରେ କେବଳ ଶ୍ରୀହରିନାମ ,

ଦାସ ପରିବାର ହୋଇ ଏକତ୍ର 

ଉଡାଅ ବଂଶର ନେତ ସର୍ବତ୍ର ।


Rate this content
Log in

Similar oriya poem from Abstract