Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gautam Das

Tragedy Inspirational

4  

Gautam Das

Tragedy Inspirational

ରକ୍ତର ହୋଲି ଖେଳିବା ନାହିଁ

ରକ୍ତର ହୋଲି ଖେଳିବା ନାହିଁ

1 min
257


ରକ୍ତର ହୋଲି ଖେଳିବା ନାହିଁ

ରକ୍ତର ହୋଲି ଖେଳିବା ନାହିଁ  

ନା’ ଆମେ ଅଶୋକ ନା ଆମେ ମୋଗଲ 

ସେ ଇତିହାସ ଆଉ ରଚିବା ନାହିଁ 

ରକ୍ତର ହୋଲି ଖେଳିବା ନାହିଁ

ରକ୍ତର ହୋଲି ଖେଳିବା ନାହିଁ ।


ରାମାୟଣର ଶ୍ରୀରାମ ରାବଣ

ମହାଭାରତର ଅର୍ଜୁନ ଦୁର୍ଜ’ନ

ଖେଳିଥିଲେ ହୋଲି ରକ୍ତର କାଲି 

ପୋଥି ପୁରାଣରୁ ଶିଖିବା ନାହିଁ?

ରକ୍ତର ହୋଲି ଖେଳିବା ନାହିଁ 

ରକ୍ତର ହୋଲି ଖେଳିବା ନାହିଁ ।


ଚେଙ୍ଗିଜ ଅବା ଇଂରେଜ ହେଉ

ହିନ୍ଦୁକୋଶ କି ଜାଲିୟାନାବାଗ 

କେତେ ଇତିହାସ ଲେଖା ଯେ ରକତେ

ତାର ପୁନରାବୃତ୍ତି କରିବା ନାହିଁ  

ରକ୍ତର ହୋଲି ଖେଳିବା ନାହିଁ 

ରକ୍ତର ହୋଲି ଖେଳିବା ନାହିଁ ।


ଅଶି ଦଶକର ଶିଖ ସମସ୍ୟା

ନବେ ଦଶକର କାଶ୍ମୀର ପରା

ରକତରେ ଲାଲ ମାଟି ମା’ ଭାରତୀ 

ସେ ଷଡଯନ୍ତ୍ରରେ ପଡିବା ନାହିଁ  

ରକ୍ତର ହୋଲି ଖେଳିବା ନାହିଁ 

ରକ୍ତର ହୋଲି ଖେଳିବା ନାହିଁ ।


କେତେ ରଙ୍ଗ ଆମ ଭାରତ ଭୂମିର

କନ୍ୟାକୁମାରୀ ଠାରୁ କାଶ୍ମୀରର

ଜାତି ଧର୍ମ ସଂପ୍ରଦାୟ ନାନା ରଙ୍ଗ

ରଙ୍ଗ ରକତରେ ବୋଲିବା ନାହିଁ  

ରକ୍ତର ହୋଲି ଖେଳିବା ନାହିଁ 

ରକ୍ତର ହୋଲି ଖେଳିବା ନାହିଁ ।


ଭାରତର ସ୍ରାଂପ୍ରତିକ ଘଟଣାକୁ ନେଇ

ମନରୁ ପଦେ…



Rate this content
Log in

Similar oriya poem from Tragedy