STORYMIRROR

Gautam Das

Others Children

2  

Gautam Das

Others Children

ଜପ କୃଷ୍ଣାମୃତ ନାମ

ଜପ କୃଷ୍ଣାମୃତ ନାମ

1 min
6

ମୋ ବୀଣାର ତାନ କୃଷ୍ଣ ହରେ କୃଷ୍ଣ

ମୋ ପ୍ରାଣ ସଂଗୀତ କୃଷ୍ଣ,

ଜୀବନ କଳ୍ପିତ ସତ୍ୟ ଏକା କୃଷ୍ଣ 

ମୋ ଘଟେ ସ୍ପନ୍ଦିତ କୃଷ୍ଣ ।

କାୟା କୃଷ୍ଣହରି ନାମ କୃଷ୍ଣ ଧରି

କୃଷ୍ଣ ନିଳାଦ୍ରୀବିହାରୀ,

କୃଷ୍ଣ ଭକତିରେ ଏ ଜୀବନ ତରୀ

କୃଷ୍ଣ ନାମ ଧରି ପାରି ।

ପିତାମାତା ସଖା ସହୋଦର କୃଷ୍ଣ

ସାଥେ କୃଷ୍ଣ ଘନଶ୍ୟାମ,

କୃଷ୍ଣଂକୁ ଭୁଲିଲେ ମାୟାବଶ ହେଲେ

ଜପ କୃଷ୍ଣାମୃତ ନାମ ।

ମନରେ ଭାବରେ ଭଜନରେ କୃଷ୍ଣ

କୃଷ୍ଣ ହିଁ ମଧୁର ତାନେ, 

ପ୍ରତି କ୍ଷଣେ କୃଷ୍ଣ ଶ୍ରମରେ କର୍ମରେ 

କୃଷ୍ଣ ସ୍ୱପ୍ନେ ଜାଗରଣେ ।

କୃଷ୍ଣ ଭାବେ ବନ୍ଧା ଏ ଜୀବନ ଛନ୍ଦା

ଶ୍ରୀକୃଷ୍ଣ ଗୋବିନ୍ଦ ସୁରେ, 

ମଧୁ ଝରୁ କୃଷ୍ଣ ନାମ ତରଂଗରୁ

କୃଷ୍ଣ ହରେ କୃଷ୍ଣ ହରେ। 


Rate this content
Log in