STORYMIRROR

Gautam Das

Romance Inspirational Children

4  

Gautam Das

Romance Inspirational Children

ବନ୍ଧୁ ମିଳନ

ବନ୍ଧୁ ମିଳନ

1 min
341

         

ତେଇଶି ମସିହା ପହଁଚଲା ଆସି 

ଦିନ ସଂକ୍ରାନ୍ତି ପବିତ୍ର, 

ବନ୍ଧୁ ମିଳନର ଯୋଜନାରେ ଥିଲେ 

ଅଠାଶି ମସିହା ଛାତ୍ର । 

ବନ୍ଧୁ ଗଉତମ ଆସି ପହନ୍ଚିଲା 

ମାତୃ ଶ୍ରାଦ୍ଧ ଅବସରେ, 

ହେବ ମହୋତ୍ସବ ନାମ ସଂକୀର୍ତ୍ତନ 

ରାଧାକୃଷ୍ଣ ଆଶିଷରେ।

ମହୋତ୍ସବେ ସାଙ୍ଗମାନେ ଉଲ୍ଲାସରେ 

ଧାର୍ଯ୍ୟ କଲେ ଛୋଟ ଭୋଜି, 

ଦିନ ପନ୍ଦର ଓ ମାସ ଜାନୁଆରୀ 

ହେଲେ ଅଣ୍ଟା ଭିଡି ସାଜି ।

ରୋଷେଇରେ ସତ୍ୟ ତପନ ସୁଶାନ୍ତ 

ଶଙ୍କର ଓ ପୂର୍ଣ୍ଣ ଥାଇ, 

ଭାତ ଚଡଚଡି ସାଲାଡ ପାମ୍ପଡ 

ମାଛ ତରକାରୀ ଦୁଇ । 

ଆସିଲେ ଦ୍ୱିତୀୟ ଅଜୟ ସୁଶାନ୍ତ 

ବିଭୁପଦ ବିଶ୍ୱପତି, 

ରବୀନ୍ଦ୍ର ଲେନିନ୍ ମିଶ୍ର ଦେବାଶିଷ 

ସର୍ବେଶ୍ୱର ମହାନ୍ତି । 

ସମୟ ଶୃଙ୍ଖଳା ନ ଥିବା ସାଙ୍ଗ ସେ 

ଗଉତମ ଦାସ ପାଇଁ, 

ଅନ୍ତରଙ୍ଗ ସାଙ୍ଗ ଅପେକ୍ଷାରେ ଥିଲେ, 

ପେଟେ ଯେତେ ଭୋକ ଥାଇ ।

ବନ୍ଧୁ ମିଳନ ଓ ଭୋଜିଭାତ ହେଲା, 

ହେଲା ଫୋଟୋ ଉତ୍ତୋଳନ, 

ଭାସି ଉଠିଲା ସେ ମଧୁର ସ୍ମୃତି ଓ 

ଅଫେରନ୍ତା ପିଲାଦିନ ।

ଆନନ୍ଦରେ ଅବା ସଂଘର୍ଷରେ ଥାଇ 

ବାଣ୍ଟିବା ମନର କଥା, 

କୃତଜ୍ଞତା ସାଙ୍ଗ କେମିତି କରିବି 

ଶବ୍ଦ ଖୋଜେ ମୋ କବିତା ।

ବହୁ ସାଙ୍ଗସାଥୀ ଏ ବନ୍ଧୁମିଳନେ 

ନ ଥିଲେ ଆମ ଗହଣେ, 

ଆନ୍ତରିକ ବାର୍ତ୍ତା ବନ୍ଧୁତାର ଦିଏଁ 

ସଭିଙ୍କୁ ମୁଁ ଜଣେ ଜଣେ ।

ବନ୍ଧୁତାର ଆମ ତାଜମହଲକୁ 

କାଳ ନକରୁ ଯେ ସ୍ପର୍ଶ, 

ପାଉ ଗଢା ଏହି ମଧୁର ସମ୍ପର୍କ 

ଚିରକୁମାରର ଯଶ । 



Rate this content
Log in

Similar oriya poem from Romance