Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ସେଇ ଆଖି ଦୁଇଟି ପାଇଁ

ସେଇ ଆଖି ଦୁଇଟି ପାଇଁ

1 min
296



ତୁମରି ଦେହରେ ଚାରୁ ଚିତ୍ରକଳା

ପ୍ରଣୟର ଚିତ୍ରପଟ୍ଟ

ସବୁଠୁ ସୁନ୍ଦର ଆଖି ଦୁଇଟି ଲୋ

ନାଲି ନାଲି ତୁମ ଓଠ I

ବସନ୍ତର ତୁମେ ବାସନ୍ତୀ ପସରା

କୋଇଲିର କୁହୁତାନ

ଫୁଲର ଅଧରେ ରଙ୍ଗଛିଟା ତୁମେ

ମଳୟର ପ୍ରୀତିସ୍ୱନ I

ତୁମରି ଦେହର ମହକରେ ସଖୀ

ଫଗୁଣ ମହକୁ ଥାଏ

ତୁମରି ଆଖିର ନୀଳ ଆଇନାରେ

ତୁମ ମନ ଦିଶିଯାଏ I

ଆସସଖୀ ଆମେ ଗୀତଟେ ଗାଇବା

ସ୍ୱରଦେଇ ଧିରେ ଧିରେ

ଅସରା ଗପର ପସରା ମେଲିବା

ବସି ଜହ୍ନ ଆଲୁଅରେ I

         


Rate this content
Log in

Similar oriya poem from Romance