STORYMIRROR

Bijay Prusty

Abstract

3  

Bijay Prusty

Abstract

ବହି

ବହି

1 min
145

ବହି

ଭୂଇଁରେ ରଖି ମୁଁ ପାଦ

ଦେଖିଥିଲି "ମା"ର ମୁହଁରେ,

ଆତ୍ମତୃପ୍ତ ସଜ୍ଜଳ ପ୍ରେମର ଛବି

ସ୍ନେହ ଆଉ ମମତାର ଧାରା

ଅସରନ୍ତି ଦୃପ୍ତ ଆଲୁଅରେ I

ମଥାରେ ମୋ ବର୍ଷା ହେଲା

ଶ୍ରଦ୍ଧାର ଅମୃତ 

ମମତା ଓ ମମତ୍ୱର ଝଲକରେ

ଝଲସିଲା ମୋର ଚତୁର୍ପାଶ୍ୱ

ସ୍ୱାଗତ ମୋ କରୁଥିଲେ

ଜନ୍ମନେଲି ବୋଲି ମୁଁ ଧରାରେ I

ବଡହେଲି, 

ବୃଦ୍ଧିପ୍ରାପ୍ତହେଲା ଅବୟବ

ଅବୋଧ ନିର୍ବୋଧ ଶିଶୁ

କୈଶୋରରେ ରଖିଲା ତା ପାଦ

ଜେଜେ "ମା" ମୋ ଆଗରେ

ଖୋଲିଦେଲେ କାହାଣୀର ମୁଣି

ରାଜାପୁଅ, ରାଜକନ୍ୟା, ବୁଢୀ ଅସୁରୁଣୀ

ସ୍ୱର୍ଗ, ମର୍ତ୍ତ୍ୟ, ପାତାଳପୁରର କଥା

ଶୁଣି ଶୁଣି ମନୁ ମୋର ହଜୁଥିଲା

ଯେତେ ଅଜ୍ଞାନତା I

ମା'ର ମମତା ଆଉ ବାପାଙ୍କର

ମଧୁର ଶାସନ

ବିଦ୍ୟା ପ୍ରାପ୍ତ ହେଉଥିଲି

ପାଇଁ ମୋର ଶିକ୍ଷକଙ୍କ ଜ୍ଞାନ 

ସୁବିଶାଳ ଜ୍ଞାନର ପାହାଡ

ଧିରେ ଧିରେ ଯାଉଥିଲି ଚଢି

ପରିବେଶ ପରିଜନ

ମୋ ପାଇଁକି ଥିଲେ ଆଶାବାଡି I

ଚପଳତା କଟିଗଲା

ଯୌବନରେ ରଖିଲି ମୁଁ ପାଦ

ଆଗକୁ ଆଗକୁ ଯେବେ

ଯାଉଥିଲି ମାଡି

ଜ୍ଞାନାଲୋକେ ଆଲୋକିତ

ହେଉଥିଲା ମନର ଅଳିନ୍ଦ

ଆବିଷ୍କାର ଉଦ୍ଭାବନ

ଜ୍ଞାନ ଓ ବିଜ୍ଞାନ

ଦେଖୁଥିଲି ଶିଖୁଥିଲି

ପଢୁଥିଲି, ପଢି ପଢି ଥକୁଥିଲି

ତଥାପି ମୋ ପଢିବାରେ

ନଥିଲା ବିରାମ I

ଅନ୍ଧାର ଭିତରୁ ମୋତେ 

ଆଲୋକର ଦିଗେ

ଅବାଟରୁ ଟାଣିନେଇ

ଦେଖାଇଛି ବାଟ

ଯାହାପାଇଁ ଦୁନିଆଁ ଦାଣ୍ଡରେ ଆଜି

ଚାଲୁଛି ମୁଁ ଉଚ୍ଚକରି ମଥା

ଜ୍ଞାନଦାନେ ବଳିୟାନ କରିଛି ଯେ ମୋତେ

ବିହି ସିଏ ଆଲୋକ ବର୍ତ୍ତିକା

ଅସରନ୍ତି ଜ୍ଞାନର ଭଣ୍ଡାର,

ବାପା, ମା', ଗୁରୁ, ଗୁରୁଜନ ରୂପେ

ଏ ଧରାରେ ହୋଇ ବିଦ୍ୟମାନ

ଦେଖାଇ ଦିଅନ୍ତି ଜୀବନରେ

ଚାଲିବାର ରାସ୍ତା I

     -0-


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract