ମୋ ଦେଶ
ମୋ ଦେଶ
ଯାହାର ପାଣି ପବନେ ଗଢା
ଏହି ଶରୀର ମୋର
ସିଏତ ମୋର ଜନମ ଭୂଇଁ
ଭୂଖଣ୍ଡ ମଧ୍ୟେ ସାର I
ଗୋଟିଏ ପଟେ ହିମାଳୟ ତା
ଶୁଭ୍ର ତାର ଚୁଡା
ଦେବଭୂମୀ ସେ ମଥାକୁ ଟେକି
ଗର୍ବେ ହୋଇଛି ଛିଡା I
ଗଙ୍ଗା ପରି ପବିତ୍ର ନଦୀ
ବହିଯାଏ ତା ବୁକେ
ଶରୀର ମନ ପବିତ୍ର ହୁଏ
ପାନ କରିଲେ ଢୋକେ I
ଏହି ମାଟିରେ ଜନମ ନେଲେ
କେତେ ତପସ୍ୱୀ ଋଷି
ମାନବ ଜାତି କଲ୍ୟାଣ କଲେ
ଅଜ୍ଞାନତା ନାଶି I
ଅହିଁସା ଅଟେ ପରମ ଧର୍ମ
ଏହି ମାଟିରୁ ଶୁଭେ
ଏମିତି ଏକ ମହାନ ଦେଶ
ଏକମାତ୍ର ଏ ଭବେ I
ବିବିଧତା ମଧ୍ୟେ ବିଭେଦ ନାହିଁ
ନାହିଁ କଳଙ୍କ ଛିଟା
ମଇଁଷି ଶିଙ୍ଘ ଫଟା ଯେ ସିନା
ଯୁଝିଲା ବେଳେ ଗୋଟା I
ମହାନ ଏଇ ଦେଶ ମୋହର
ମହାନ ତାର ନୀତି
ଜନମିଛି ମୁଁ ଏ ଦେଶେ ବୋଲି
ଗର୍ବେ ଫୁଲେ ମୋ ଛାତି ।