STORYMIRROR

ଅନିଲ କୁମାର ଲେଙ୍କା

Inspirational

5  

ଅନିଲ କୁମାର ଲେଙ୍କା

Inspirational

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
428


ବିଦ୍ୟାର୍ଥୀ ଜୀବନ ସତ୍ୟ ଅହିଂସାର

    ପରମ କର୍ତ୍ତବ୍ୟ ଜାଣ

ସ୍ନେହ ଶ୍ରଦ୍ଧା ପ୍ରୀତି ପର ଉପକାରେ

   ଶୋଭିତ ତାଙ୍କରି ଗୁଣ ।।


ସେବା ତ୍ୟାଗ ପୁଣି ସହନଶୀଳତା

    ଭୂଷଣ ଅଟେ ତାଙ୍କର 

ଉଦାରତା ଭରି ହୃଦୟେ ବିଦ୍ୟାର୍ଥୀ

    ସଭିଙ୍କୁ କରେ ନିଜର ।। 


ଜିଜ୍ଞାସା ବଳରେ ପରିସୀମା ବଢେ

     ଜ୍ଞାନ ଧନ ପ୍ରାପ୍ତ ହୁଏ

ସଂଯମୀ ଛାତ୍ରର ଚରିତ୍ର ସାଧନେ

   ନାମ ଯଶ ବୃଦ୍ଧିପାଏ ।।


ଦୟା କ୍ଷମା ଓ ସମୟାନୁବର୍ତ୍ତିତା 

   ମହତ କାମରେ ଗଣା

ଆଳସ୍ୟ ହୀନତା ଅହଙ୍କାର ଶୂନ୍ୟ

   ଅଟଇ ତାଙ୍କ ଗହଣା ।।


ଗୁରୁ ଗୁରୁ ଜନେ ଭକ୍ତି ଓ ସମ୍ମାନ 

    ଆଦର୍ଶ ଛାତ୍ର ଲକ୍ଷଣ

ପରିଷ୍କାର ଆଉ ପରିଚ୍ଛନ୍ନ ଗୁଣେ

   ଭରା ତାର ଆଭୁଷଣ ।।


ମାତା ପିତା ଅବା ଶିକ୍ଷକ ସମାଜ

   ଗଢନ୍ତି ଆଦରେ ତାଙ୍କୁ

ଦେଶସେବା ପାଇଁ ଆଗକୁ ଆସନ୍ତି

   ହୃଦୟେ ରଖି ସଭିଙ୍କୁ ।।


ସୁସ୍ଥ ଓ ଆଦର୍ଶ ସମାଜ ଗଠନେ

   ବିଦ୍ୟାର୍ଥୀ ଦାନ ଅଶେଷ

ଜଗତ କଲ୍ୟାଣେ ଅବଦାନ ତାଙ୍କ 

   ହେବନାହିଁ ଜମା ଶେଷ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational