STORYMIRROR

SARATA KUMAR DAS

Inspirational

4  

SARATA KUMAR DAS

Inspirational

ଗୁରୁଦିବସ

ଗୁରୁଦିବସ

1 min
805


ଆସରେ ପିଲାଏ ଆସରେ ସଭିଏଁ

ଯିବାରେ ବିଦ୍ୟା ମନ୍ଦିର 

ଯହିଁ ବିଦ୍ୟମାନ ସାକ୍ଷାତ ଈଶ୍ବର 

ନେବା ଆଶିଷ ତାଙ୍କର ।।


ଗୁରୁ ତ ଅଟନ୍ତି ବ୍ରହ୍ମା, ବିଷ୍ଣୁ ପୁଣି

ମହେଶ୍ୱରଙ୍କର ରୂପ

ନମଃ ଗୁରୁଦେବ ସେ ପରମବ୍ରହ୍ମ 

ଗୁରୁ ହିଁ ସତ୍ୟ ସ୍ବରୂପ  ।।


ଆସରେ ପିଲାଏ ଆସ ବେଗି ବେଗି

ଧାଇଁ ଯିବା ତାଙ୍କ ପାଶେ

ପାଦଧୂଳି ନେଇ ଆଶିଷ ଲଭିବା

ଦିନ ବିତିଯିବ ହସେ ।।


ସଜାଇ ରଖରେ ଧୂପ ଦୀପ ଫୁଲ

ଅଗରୁ ଚନ୍ଦନ କେତେ

ପୂଜା ଆଳତିରେ ଭରିଦିଅ ଥାଳି

ବନ୍ଦାପନା କର ଯେତେ ।।


ଗାଇବା ଆସରେ ଗୁରୁଙ୍କ ବନ୍ଦନା

ଭକତି ଚିତ୍ତରେ ବାରେ

ମନ ରଖି ସଦା ପାଦରେ ତାଙ୍କର

ଆଗେଇ ଯିବା କାମରେ ।।


ଗୁରୁ ତ ଅଟନ୍ତି ଆଲୋକ ବର୍ତ୍ତିକା

ଜାଳନ୍ତି ଜ୍ଞାନର ଦୀପ

ଅଜ୍ଞାନ ତିମିର ଲିଭି ଲିଭି ଯାଏ 

ହଟିଯାଏ ଯେତେ ପାପ ।।


ମିଛ ଦୁନିଆରେ ସତ ସେ ଅଟନ୍ତି 

ଗୁରୁ ନାମେ ସଦା ଜଣା

ପୂଜା ଉପଚାରେ କରନାହିଁ ହେଳା

କରନାହିଁ ମନ ଉଣା  ।।


ଏକଲବ୍ୟ ହେଲେ ବୀର ଧନୁର୍ଦ୍ଧର 

ଅନେକର ମଧ୍ୟେ ଏକ

ଗୁରୁ ଦ୍ରୋଣାଚାର୍ଯ୍ୟ କଲେ ଆଶୀର୍ବାଦ 

ରଖିଲେ ସେ ଗୁରୁ ଟେକ  ।।


ଶିଷ୍ୟ ଉପମନ୍ୟୁ ଗୁରୁଙ୍କ ଆଶିଷେ

ଫେରି ପାଇଲେ ସେ ଆଖି

ବିଷଫଳ ଖାଇ ଅନ୍ଧ ହୋଇଥିଲେ

ଧରମ ତ ଥିଲା ସାକ୍ଷୀ  ।।


ଆଜି ଏ ଦିନଟି ପବିତ୍ର ମହାନ

ଗୁରୁ ଦିବସ ତା ନାଁ ଟି

ଗୁରୁ ତ ଭକତି ଗୁରୁ ତ ଶକତି

ଗୁରୁ ବିନା ଫଳ ନାହିଁଟି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational