STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

କରୋନା ଭୂତାଣୁ

କରୋନା ଭୂତାଣୁ

1 min
3.0K

କରୋନା କରୋନା ଚଉଦିଗେ ହୁରି

ଦେଶଠୁ ବିଦେଶ ଯାଏ,

ଛୋଟ ଠାରୁ ବଡ ଗାଆଁ ଠୁ ସହର

ଆତଙ୍କ ଖେଳାଇ ଦିଏ


କରୋନା ଭୂତାଣୁ ସଂକ୍ରମିତ ହୁଏ

ପବନ ବେଗରେ ଜାଣ,

ଅକାଳରେ କେତେ ଗଲାଣି ଜୀବନ

କାନ୍ଦି ଉଠୁଅଛି ପ୍ରାଣ


ସୁଦୂର ଚୀନ୍ ର ଉହାନ ନାମକ

ସ୍ଥାନରୁ ଭୂତାଣୁ ସୃଷ୍ଟି, 

ପଶୁମାନଙ୍କର ଦେହରୁ ଜନମି

ଖୁସି ନେଉଅଛି ଲୁଟି


ଚାଇନା ଡାକ୍ତର ଲି' ଙ୍କ କଥାକୁ

ଯଦି ଦେଇଥାନ୍ତେ ଧ୍ୟାନ, 

ଆଜି ଏ ବିପଦ କେବେ ବି ନ ଥାନ୍ତା

ହସୁଥାନ୍ତେ ସବୁ ଜନ


ସାରା ଜଗତକୁ ବ୍ୟାପି ସାରିଲାଣି

ଭୟଙ୍କର ଏ ଭୂତାଣୁ,

ଚିକିତ୍ସା ବିଜ୍ଞାନୀମାନଙ୍କ ମଧ୍ୟରେ

ପଡିଛି କେତେ ଭାଳେଣି


ଏମିତିକା ଏହି ସଂକ୍ରାମକ ରୋଗ

ଜଣରୁ ଅନ୍ୟକୁ ଡିଏଁ, 

ଡାକତରୀ ବିଦ୍ୟା ଯେତକ ନିଦାନ

ସବୁତ ବିଫଳ ହୁଏ


କାଶ,ଜ୍ବର ଆଦି ଲକ୍ଷଣ ଦେଖାଏ

ନିଃଶ୍ବାସପ୍ରଶ୍ବାସେ କଷ୍ଟ, 

ବିଳମ୍ବ ହୋଇଲେ କାଳ ହୋଇଯାଏ

ଫୁସଫୁସ୍ ହୁଏ ନଷ୍ଟ


ଆମେରିକା,ଜାପାନ ,ଥାଇଲାଣ୍ଡ ଆଦି

ସବୁଠି ଗୋଟିଏ କଥା,

ଆମ ଦେଶ ମାଟି ଭାରତ ଭୂଇଁରେ

କେତେ ପୁଣି ସତର୍କତା


ସଫା ସୁତୁରାଟି ରଖିବା ନିଜକୁ

ଧୋଉଥିବା ହାତ ଭଲେ,

ପାଟିରେ ନାକରେ ବାନ୍ଧୁଥିବା ମୁଖା

ଜିତିବା ରୋଗକୁ ହେଳେ 


ସଚେତନ ହେଲେ ଜୀବନ ବଂଚିବ

କରୋନା ଦୂରେଇ ଯିବ,

ଏହି ରୋଗ ପାଇଁ ନିଦାନ ତ ନାହଁ 

କଥାଟି ମନେ ରଖିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract