STORYMIRROR

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ଜଳିଯିବ ତୁମ ସ୍ବପ୍ନ ରହିଯିବ ପଦବୀ

ଜଳିଯିବ ତୁମ ସ୍ବପ୍ନ ରହିଯିବ ପଦବୀ

2 mins
396


ପଦବୀ-ଉପାଧି, ଗର୍ବ-ଅହଂକାର, ଧନ-ଦୌଲତ 

ନୁହେଁ କେବେ ଚିରସ୍ଥାୟୀ  

ଆମେ ତା ଲୋଭରେ ଧାଇଁଛେ, ସମସ୍ତେ ଜାଣି ବି

ଏ ସବୁ ଅଟେ କ୍ଷଣସ୍ଥାୟୀ ।।


ଜାଣିଛେ ସରବେ ପଦବୀ-ଉପାଧି, ଧନ ଗରବ ତ

ଶେଷେ ହୁଏ ମୂଲ୍ଯହୀନ 

ଜାଣି ସେହି କଥା, ତାହା ପାଇଁ ପରା ଅଣ୍ଟା ଭିଡି ପରା

କର୍ମ କରି ଥାଏ ପ୍ରତିଦିନ ।।


ସ୍ୱାର୍ଥରେ ଏମିତି ପଡିଛେ, ପ୍ରତିଦିନ ଦେଖେ ଦର

ବୃଦ୍ଧି ଅତ୍ୟାବଶ୍ୟକ ସାମଗ୍ରୀର 

କାହାକୁ କହିବା, ଶୁଣିବ କିଏ ଯେ, ଏଥି ପ୍ରତି ତ 

ନଜର ନାହିଁ ତ କାହାର ।।


ଅନେକ ପୁଞ୍ଜିଭୂତ ପ୍ରଶ୍ନ ଅଣାୟତ୍ତ କରୁଥିବା ବେଳେ 

ଦେଖ ସରବ ପନିପରିବାକୁ

ଖାଦ୍ୟ ପଦାର୍ଥରେ ପାଇବ ପ୍ରଭାବ ରାସାୟନିକ ବିଷ, 

ଶୁଣିବ କିଏ ଯେ କହିବା କାହାକୁ  ।।


ଲହରୀ କି ଜାଣେ, ସାଗରର କଷଣ, ତାର ବୁକୁ 

ପରେ ନିତି ଦିନ ସେ ତ ଖେଳିଥାଏ

ସେହିପରି ପୁଂଜିବାଦୀ ନେତା ସଦା ଆଇନ କରି

ଅମଳ ଫସଲ ଦଲାଲର ହାତକୁ ଦିଏ ।।


ଅରଣ୍ୟ ବିଲୋପେ ଶିଳ୍ପ କାରଖାନା ନିଶାରେ ହଟ 

ହଟ୍ଟା ହବା, ଅଭାବ ହୁଏ ଅମ୍ଳଜାନର

ଜୁଇର ଯନ୍ତ୍ରଣା ମଶାଣି ନବୁଝିଲା ପରି, କାହାକୁ 

କହିବା, ସେ ପ୍ରତି ନଜର ନାହିଁ ତ କାହାର ।।


ମୁହଁ ଖୋଲିଲେ ବିପଦ, ସତେ ଯେମିତି ଆମେ 

ଅନ୍ଧ ଆଖି ଥାଇ ସମସ୍ତଂକର

ପାଟି ଥାଇ ମୁକ,କାହାକୁ କହିବା ଶୁଣିବ କିଏ 

ଯେ ନଜର ନାହିଁ ତ କାହାର ।।


ଅଭିନୟ ରଙ୍ଗ ମଞ୍ଚେ, କେହି ନୁହେଁ କାହାର 

ଭୋଅଟ ପାଇଁ ପ୍ରତିଯୋଗିତା, ନେତାର 

ତାର ଆତ୍ମା ତ ଜଳୁନି କେବେ, କାହାକୁ କହିବା,

ଶୁଣିବ କିଏ ଯେ ନଜର ନାହିଁ ତ କାହାର ।।


ଶ୍ରମିକ କୃଷକ ତାର ଜୀବନ ସଂଘର୍ଷେ, ତୁମ ମିଛ

ପ୍ରତିଶୃତିକୁ ଅପେକ୍ଷା କରିଣ ରହେ 

ଆଜି ଏ ଯୁଗରେ କେତେବେଳେ ସିଏ ଖୁସିକୁ ମନାଏ 

କେତେବେଳେ ଆଖି ଭିଜେ ଲୁହେ ।।


ଭଲ ଦିନ ଅପେକ୍ଷାରେ ରହିଲେ, ମନେରଖ ତୁମେ 

ସଦା ଅପେକ୍ଷାରେ ଖାଲି ରହିଥିବ 

ଅପେକ୍ଷାର ଦ୍ବାହି ଦେଇ ଶ୍ରମିକ କୃଷକ ତୁମ ସମୟ ନଷ୍ଟ 

କରନା, ଅପେକ୍ଷା ଚିର ସାଥି ହୋଇଯିବ ।।

 

ଅତ୍ୟାଚାର ଶୋଷଣ ବିରୁଦ୍ଧରେ କେଶକୁ ନବାନ୍ଧି 

ଯାଜ୍ଞସେନୀ ଅପେକ୍ଷା ନକରି ଥିଲେ 

ପାଣ୍ଡବମାନେ ବାହାରି ଥାଆନ୍ତେ କି ଗତି କରିବାକୁ

ସତ୍ୟ ଧର୍ମ ଯୁଦ୍ଧ ପଥରେ ।।


ଶ୍ରମିକ କୃଷକ ଉପରେ ଶ୍ରମର ଶୋଷଣ ହୁଏ, ସିଏ 

ସିନା ବୁଝେ, ଯନ୍ତ୍ରଣାର ଅନୁପ୍ରାସ 

ଦିନେ ନା ଦିନେ ତା ହୃଦୟ ଜଳିଲେ, ଜଳିଯିବ ତୁମ

ସ୍ବପ୍ନ, ରହିଯିବ ପଦବୀର ଅବଶୋଷ ।।


ପୁଂଜିବାଦକୁ କରି ଗ୍ରହଣ, ସମାଜର ଶ୍ରମଜିବୀଂକୁ 

ସବୁଦିନ କରୁଅଛେ ହତାଦର

ତେଣୁ ଦେଖ ପରିସ୍ଥିତିକୁ, ଦିନକୁ ଦିନ ସରବ କ୍ଷେତ୍ରେ

ଅସ୍ଥିର ହେଲାଣି ଏହି ସମାଜର ।।


ଏବେ ମାଳମାଳ ରୂପ ଦେଖା ଯାଏ ଦୁର୍ନୀତିର, ହୋଇ 

ଗଲାଣି ମିଛ ପ୍ରଚାରର ସଂସାର

କାହାକୁ କହିବା, ଶୁଣିବ କିଏ ଯେ, ନଜର ନାହିଁ ତ 

କାହାର ଖାଲି ଶୁଣାଇବାଟା ସାର  ।।


କାହାକୁ କହିବା ଶୁଣିବ କିଏ ଯେ ନଜର ନାହିଁ ତ 

କାହାର, ସମୟ କହେ ସାବଧାନ ପାଇଁ

ଶେଷ ରକ୍ତ ବିନ୍ଦୁଯାଏ ସଂଗ୍ରାମ ଲକ୍ଷ୍ୟରେ ବିକାଶ 

ହୁଏ, କାହାର ତ ନଜର ନାହିଁ ।।


ସମାଜ ଭିତରେ, ଲୁକ୍କାୟିତ ନୂତନ ବିପ୍ଳବର ବୀଣା

ର ଅନ୍ୱେଷଣ ଦରକାର

ଅପହୃତ ଧୂସର ବର୍ଣ୍ଣାଢ଼୍ୟ ଅତୀତ କ୍ଷେତ୍ରରୁ ଶିକ୍ଷା ନେଇ

ସୃଷ୍ଟି କରିବାକୁ ହେବ ନୂଆ ଫର୍ଦ୍ଦ ଅନୁଭୂତିର  ।।



Rate this content
Log in

Similar oriya poem from Abstract