STORYMIRROR

Chittaranjan Nanda

Abstract Inspirational Others

3  

Chittaranjan Nanda

Abstract Inspirational Others

ଓଡ଼ିଶା ପାଇଁ କେତେ ଚିନ୍ତାକରନ୍ତି

ଓଡ଼ିଶା ପାଇଁ କେତେ ଚିନ୍ତାକରନ୍ତି

1 min
123



  ଓଡ଼ିଶାରେ ଭରି ରହିଛି ମହନୀୟ କଳା, ସଂସ୍କୃତି, ପରମ୍ପରା, ପର୍ବ ପର୍ବାଣୀର ଅସୁମାରୀ ଚିତ୍ର | ଏଠାରେ ଆମେ ପାଇବା ବହୁ ବରପୁତ୍ରଙ୍କ ତ୍ୟାଗମୟ ଜୀବନ ଓ ସଂଗ୍ରାମର ଗାଥା | 

ବିବିଧ ପରମ୍ପରା, ପ୍ରାକୃତିକ ସୌନ୍ଦର୍ଯ୍ୟ, ଵୈଚିତ୍ର୍ୟମୟ କଳାକୃତିର ଅନନ୍ୟ ଆମରି ଓଡ଼ିଶା | 

କେତେ କେତେ ଦେଵୋପମ ମହାମନିଷୀଙ୍କ ଚରଣରେଣୁରେ ପଵିତ୍ର ଆମରି ମାଟି | 

ଐତିହ୍ୟ ତଥା ହଜିଯାଇଥିବା ମୂଲ୍ୟବୋଧର ଉପସ୍ଥାପନା ପ୍ରତ୍ୟେକ ସାହିତ୍ୟ ସଂଗଠନ କରିବା ନିତାନ୍ତ ଦରକାର |    

    ଏହା ଦ୍ୱାରା ପାଠକଙ୍କ ରୁଚିବୋଧ ଓ ଦୃଷ୍ଟିଭଙ୍ଗୀ ସମୃଦ୍ଧ ହୋଇ ପାରିବ | 

ସେମାନଙ୍କ ମହତ୍ତର ଆକାଙ୍କ୍ଷା ଓ ପରିମଳ ରୁଚିକୁ ପରିପୂରଣ କରିବାରେ ସାହିତ୍ୟ ସଂଗଠନ ମାନେ ସମର୍ଥ ହେବେ |

ରଚିତ କବିତା ଅବା ଗଳ୍ପ ଅବା ପ୍ରବନ୍ଧରେ ଅହଂକାର ନଥାଇ, ଜ୍ଞାନର ବିଶ୍ଳେଷଣାତ୍ମକ ଚିରନ୍ତନ ଚିନ୍ତନ ସରଳ ଭାଷାରେ ପ୍ରକାଶ କଲେ ପାଠକ

ତାହାକୁ ଗମ୍ଭୀରତାର ସହିତ ଗ୍ରହଣ କରିବେ | ଉଦିତ ଭାନୁର ସଂସ୍ପର୍ଶରେ ଅସତ୍ୟ, ଅନ୍ୟାୟ ଲୁଚିଯିବ ବୋଲି ଲେଖକର ଦୃଢ଼ ବିଶ୍ୱାସ ରହିବା ଦରକାର | ବୟସର ଅପରାହ୍ଣରେ ବି ଯେତେ ପ୍ରସିଦ୍ଧ କବି ଶିଶୁ ସୁଲଭ ଭାବର ଜୀବନ୍ତ ପ୍ରତିମୂର୍ତ୍ତି | ଅତ୍ୟନ୍ତ ସ୍ନେହୀ ତଥା ଦରଦୀ ମଣିଷ | ଭାବଗର୍ଭକ ତଥା ଦିଗଦର୍ଶନ ମୂଳକ ଆତ୍ମଚିନ୍ତନକୁ ସରଳ ଭାଷାରେ ଛାନ୍ଦୋବଦ୍ଧ ଭାବରେ ପ୍ରକାଶ କରିବାରେ ସେମାନେ ସିଦ୍ଧହସ୍ତ | ତେଣୁ ମୋର ସାହିତ୍ୟର ସାଧକ ମାନଂକୁ ନିବେଦନ ଯେ ଭାବଗର୍ଭକ ତଥା ଦିଗଦର୍ଶନ ମୂଳକ ଆତ୍ମ ଚିନ୍ତନକୁ ସରଳ ଭାଷାରେ ଛାନ୍ଦୋବଦ୍ଧ ଭାବରେ ପ୍ରକାଶ କରିବାରେ ଆମେ ଓଡିଆ ସାହିତ୍ୟକୁ ବିଶ୍ୱ ସ୍ତରରେ ପହଁଚାଇ ପାରିବା |

   ଲାଭ କ୍ଷତି, ଡେବିଟ କ୍ରେଡ଼ିଟର ଦୁନିଆରେ ସଂଗଠନ ଗୁଡିକରେ ଶହ ଶହ ସଭ୍ୟ ବି ଥିଲେ, କାହିଁକି ପ୍ରଶ୍ନ ଆସେ,

  କିଏ ବା କାହିଁକି ଧ୍ୟାନ ଦେବ ଏତେ କଥାକୁ ? 

  ଓଡ଼ିଶା ପାଇଁ କେତେ ଲୋକ ବା ଚିନ୍ତା କରନ୍ତି ? 


 


Rate this content
Log in

Similar oriya poem from Abstract