ପ୍ରଗତି ପଥେ ବେକାରୀ ବାଧକ
ପ୍ରଗତି ପଥେ ବେକାରୀ ବାଧକ
ଦେଶ ମୋର ପାଇଥିଲା ନେତା, ଗାନ୍ଧୀ,
ନେତାଜୀ, ଭଗତ ସିଂ ଙ୍କୁ,
ଖୁଦିରାମ, ନେହେରୁ, ଲାଲ-ବାଲ-ପାଲ
ଗୋପବନ୍ଧୁ ପରି ମାନବଙ୍କୁ ।
ସେମାନେ ତାଙ୍କ ସାରା ମୂଲ୍ୟବାନ ଜୀବନ
ଦେଲେ କାଟି କାରାଗାରରେ,
ଆମକୁ ସ୍ୱାଧୀନତାର ଆଲୋକ ଦେବା ପାଇଁ
ଜୀବନ କଟାଇଲେ କଷ୍ଟରେ ।
ନୂଆ ସକାଳ ଦେଖିଲେ, ତାଙ୍କରି ପାଇଁ ଆମ
ଦେଶ ହେଲା ସ୍ୱାଧୀନ,
ତ୍ରିରଙ୍ଗା ବାନାକୁ ଉଡାଉଛେ ଆନନ୍ଦରେ ତାଙ୍କୁ
କୋଟି କୋଟି ନମନ ।
ପଣ କରିଥିଲୁ ସରବେ କରିବୁ ଆମରି ଦେଶର
ପ୍ରଗତି ଓ ବିକାଶ,
ଛଣ ପରି ଏବେ ସେ ପଣ ଉଡିଣ ଗଲାଣି ଶୁଣି
ଆମ ଉଡୁଛି ହୋସ ।
ସମ୍ବିଧାନ ଦତ୍ତ ପଣଟା ଫୁରୁସି ଗଲା, ମୁଗୁରାକୁ
ବସେଇ ମାଛ ଧରୁଛୁ
ମୁଗୁରା ପଛଟା ମେଲା, ପ୍ରଗତିର ପଥେ ବେକାରୀ
ବାଧକ, ଏହାକୁ ଭୁଲିଛୁ ।
ପ୍ରଗତି ପଥେ ବେକାରୀ ବାଧକ ଆଜି କାହିଁକି ଏ
ଅଭିଶାପର ବୋଝ,
ରୋଜଗାର ସ୍ଥିତିର ଗତି ଅତି ଦୟନୀୟ, ଏହାର
କାରଣକୁ ଟିକେ ବୁଝ ।
ବଢି ଚାଲିଛି ଦୁର୍ନୀତି, ଆବଶ୍ୟକ ଭିତ୍ତିଭୂମି ପାଇଁ,
ଶିକ୍ଷା ନୀତିର ଅଭାବ,
ଜାତି ଧର୍ମ ମନ୍ଦିର ନାମେ ଚାଲେ ରାଜନୀତି କାହୁଁ
ଉଜ୍ଜ୍ବଳ ଭବିଷ୍ୟତ ପଥ ଆସିବ ।
ବାର ବାର ଖାଇ ଚେଙ୍କା ଚିହ୍ନ ଥାଇ ଯଦି ଜ୍ଞାନର
ଉଦୟ ହୁଏନା ଜନଗଣର
ଜାଣୁଅଛେ ବିନା ପରୀକ୍ଷାରେ ସେ
ମାନେ ଧରନ୍ତି
ଚେତନା ରହିତ ଜଡ ଶରୀର ।
କିଛି ଗଣା ଲୋକଙ୍କ ପାଖେ ବଢେ ହୁ ହୁ ହୋଇ
ଉତ୍ପାଦନର ସାଧନ,
ପୁଂଜିପତି କେବେ ଗଢିପାରେ କି ବେକାରୀବିହୀନ
ଉଜ୍ଜ୍ବଳ ଭବିଷ୍ୟତର ମାନ ।
ବେକାରୀ,ଶଙ୍କାଗ୍ରସ୍ତ ଜୀବନ, ପ୍ରତି ମୁହୂର୍ତ୍ତେ ଦୁର୍ଦ୍ଦିନ
ଓ ମୃତ୍ୟୁର ତାଣ୍ଡବ,
ନିଜକୁ ନିଜେ ବଞ୍ଚାଇବା ଯେବେ ଅକ୍ଷମ,
ସେ ଦେଶ କୁ କେମିତି ଗଢିବ ।
ଗାଁରୁ ସହର ଯେଉଁଠିକୁ ଯାଅ ବେକାରୀର ହା ହା କାର
ଧ୍ବନି ହୁଏ ନିନାଦିତ,
ଶାନ୍ତି ଓ ଶୃଙ୍ଖଳା ଭାଙ୍ଗଇ ମଣିଷରୁ ଆଜି ପଶୁ ପାଲଟିଛୁ,
କରି ଚାଲୁ କଳଙ୍କ ତ ।
ପରାଧୀନତାର ଗ୍ଲାନି ଭିତରୁ ଦେଶର ଜନତା ପାଇଛନ୍ତି
କେବଳ ତ ମୁକତି,
ଜୀବନର ଲକ୍ଷ୍ୟ ନଜାଣି, ଲାଗିଲେ ଦିନରାତି ଦୂର ହେବ
କି ଦେଶରୁ ଅସହାୟ ପରିସ୍ଥିତି ।
ପାର୍ଲାମେଣ୍ଟ ଓ ବିଧାନ ସଭାରେ ବସିଛନ୍ତି କଳଙ୍କ କରିଣ,
ଦେଖ କେତେ ନେତା,
କାଠ କଣ୍ଢେଇ ହୋଇଅଛୁ ଆମେ, ମନୁଷ୍ୟକୁ ପୁଣି ଫେରିବା
ତ ଅନିଶ୍ଚିତତା ।
ହତୋତ୍ସlହ ମାନସିକତାରେ ନାଗରିକ, ଗଛ ଗୁଣ ନଜାଣି,
ଗଛରେ ଧରେନି ସୁସ୍ୱାଦୁ ଫଳ
ଭୁଲିଛେ ଫଳୁଥିବା ଗଛକୁ, ଥାଉ ଯେତେ ଦୂର, ଭୋକିଲା
ର ଟାଣଇ ନଜର ।
ଶାଗୁଣାଙ୍କୁ ତିଆରି କରିଲେ ସବୁ ଦିନ, ବେକାରୀ ବଢିଲା,
ବୁଝିଲେନି ଦେଶର ନେତା,
କେମିତି ପାଇବୁ ପ୍ରଗତି ଆଉ ନାହିଁ ମଣିଷତ୍ୱ ଅବା ମଣିଷର
ସେ ଦୃଢତା ଓ ଏକାଗ୍ରତା ।