STORYMIRROR

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ଆ ଜହ୍ନ ମାମୁଁ

ଆ ଜହ୍ନ ମାମୁଁ

1 min
231


*********************

💐💐 💐💐

 ଶୀର୍ଷକ :- ଆ ଜହ୍ନ ମାମୁଁ 

*********************

ଆ ଜହ୍ନ ମାମୁଁ ପ୍ରସଂଗଟି ଅତି ବଢ଼ିଆ ହୋଇଛି,

ପିଲା ଦିନର ପ୍ରତିଛବି କଥା ମନେ ଉଙ୍କି ମାରୁଛି |


ଭାବଇ ମୁଁ, ପୁରୁଣା ହେଲାଣି ସେ ଦିନର ଗୀତ, 

ମୋ କାହ୍ନୁ ହାତରେ ପଡରେ ଖସି ହୁଏନି ଧ୍ୱନିତ


ଆଧୁନିକ ମଣିଷ କି ବୁଝେ ସେ ଗୀତର ପ୍ରାଧାନ୍ୟ

କାନ୍ଦୁଲ, କରଡ଼ି, ଅଳସି, ଡଙ୍ଗର ଧାନ ର ମୂଲ୍ୟ


ସୁନ୍ଦର ଦିଶଇ ମନଲୋଭା ଜହ୍ନର ସେଇ ଚାହାଣି 

ସଲପ ଡାହିରେ ଦାଆ ପରି ଜହ୍ନ, ଯେ ଅଛି ଜାଣି


ଆକାଶ ରାଇଜରେ ଉଜ୍ଜଳ କରଇ ସରଗ ଶଶୀ

କବି ଲେଖେ କାହାଣୀ ବୋଲାଇ ତାହାକୁ ରୁପସୀ 


ପ୍ରେମିକ, ପ୍ରେମିକା ପାଇଁ ଲୋଭା ମଧୁଭରା ଚାନ୍ଦିନୀ 

ସୁଶୀତଳ ଲାଗଇ ଆଲୋକ ତାର, ତାହା ତ ଜାଣି


ଭାତ ନଖାଇଲେ ବୋଉ ଜହ୍ନକୁ ନିରେଖି କହୁଣ ଥାଏ

ଆ ଜହ୍ନ ମାମୁଁ ସରଗ ଶଶୀ ମୋ ଚିତ୍ତନ ଖୋଜୁଛି ପ୍ରାୟେ


ବିଜ୍ଞାନ ବିକାଶେ ଜହ୍ନ ରାଇଜେ ମନୁଷ୍ୟ କରିବ ଘର 

ବୁଲିଯାଇ ଦେଖୁଛି ସ୍ୱପ୍ନ ଆଉ ନରହିବ ଦୁଃଖ କାହାର 


କାହିଁକି କେଜାଣି ସ୍ବପ୍ନର ଗାଳିଚା ଉପରେ ମଣିଷ ଚାଲଇ

ଜୀବନ ଚାଲିଛି, ପାଇଛି ଓ ହରାଇଛି କେତେ ହିସାବ ନାହିଁ 


ଜୀବନ ବିନ୍ଦୁଟିଏ, ମୁହୂର୍ତ୍ତଟିଏ, ଦେଖା ଦେଇ ଲିଭି ଯାଏ

ଗଢ଼ିବ ନୁଆ ଦୁନିଆ, ଯଶ ରଖିବ, ଜଗତରେ ସ୍ମୃତିଟିଏ


ଢାଳୁ ଆକାଶରେ ଶୀତଳ, ଆହା କି ଦିବ୍ୟ ଶୋଭା ତୋର

ଆ ଜହ୍ନ ମାମୁଁ, ସରଗ ଶଶୀ ଗୀତ ଢାଳଇ ପ୍ରୀତିର ଝର

****************************

 🌹🌹🌹🌹🌹🌹🌹🌹

ଚିତ୍ତ ରଂଜନ ନନ୍ଦ

ଜଗତପୁର, କଟକ

ଓଡିଶା, ଭାରତ

🌹🌹🌹🌹🌹🌹🌹🌹🌹

**************************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational