STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଦିବ୍ୟ ଦୀପାବଳୀ

ଦିବ୍ୟ ଦୀପାବଳୀ

1 min
145


ଦିବ୍ୟ ଚେତନାରେ ଢଳିଆସ ମାଆ କାଳୀ

ଜାଳୁଛୁ ଦିବ୍ୟ ଓ ଦୈବ ଦୀପାବଳୀ

ମାଆ ଦୁର୍ଗା ଲକ୍ଷ୍ମୀ ଓ ମାଆ କାଳୀ

ବନ୍ଦନା କରୁଛୁ ଆଶିଷ ଦିଅ ଢାଳି

ଅନ୍ଧାର ନାଶି ଆଲୋକ ଜାଳି 

ଚଉରା ମୂଳରେ ଚନ୍ଦନ ଜଳରେ ଭାଇନା ମାରନ୍ତି ଥାଳି 

ଟେକି ପୂଜା ଥାଳି ପିତୃପୁରୁଷଙ୍କୁ ମନେ ମନେ ଭାଳି

ଜାଳୁଛୁ ଦିପାଳି ଆସ ମାଆ କାଳୀ

ଦୁର୍ଗତି ନାଶିନୀ ସତ୍ୟ ସନାତନୀ ବାଳି

ଦୁରାରୋଗ ସବୁ ଯାଉ ମାଆ ଟଳି

ନଥାଉ ରାଗ ହିଂସା ଦ୍ୱେଷ କଳି

ହସର ଜୁଆରେ ସଭିଙ୍କ ପଟୁଆରେ

ସତ୍ୟ ତ୍ରେତୟା ଦ୍ଵାପର ପରି ବିତୁ ଯୁଗ କଳି

ଫୁଲ କରୁ ଅଳି ନେବାକୁ ତୋଳି

ପିନ୍ଧାଇ ସିନ୍ଦୂର ମୁଣ୍ଡେ ସୁନ୍ଦର ମାଆ କାଳୀ

ଘଣ୍ଟ ଘଣ୍ଟା ଧ୍ୱନି ପ୍ରତିଧ୍ଵନିରେ ମେଳି

ଚାଲ ଯିବା ସର୍ବେ କାଉଁରିଆ ଜାଳି

ଦିବ୍ୟ ଚେତନାରେ ଭରିଯାଉମନ ମୁନ ଚୈତନ୍ୟ ଭାଳି

କଳିରେ ନରହୁ କଳି ଫୁଲ ଫୁଟୁ ଅଳି

ସିନ୍ଦୂରେ ସୁନ୍ଦର ସକାଳ ସନ୍ଧ୍ୟା ଆସିଛନ୍ତି କାଳୀ

ପ୍ରଣାମ ଘେନ ମାଆ ଜୁହାରେ ନିତ୍ୟ ଭାଳି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational