STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ରଙ୍ଗ ମୁରୁଜ 

ରଙ୍ଗ ମୁରୁଜ 

1 min
0


କେଡେ ସୁନ୍ଦର ସେ ରଙ୍ଗୋଲି 
ସତେ ଫୁଲଡାଲା ଧରି ଫୁଲବାଲି 
କାର୍ତ୍ତିକ ଆଣି ଆସିଛି ପସରା ମେଲି 
କିଏ ଦିଶେ ପଳାସ କିଏ ଚମ୍ପା କିଏ ମଲ୍ଲୀ 
ଆସ ଆସ ବୋହୁ ଝିଅ ଗୋଲାପ ଦୂତୀ ଗେଲି 
କରିବା ଚିତା ଝୋଟି ଘରେ ରଙ୍ଗୋଲି 
ବର୍ଷକେ ଥରେ କାର୍ତ୍ତିକ 
ରଙ୍ଗ ମୁରୁଜ ନେଇ ଆସିଛି ବୁଲି 
ଶୀତ ଅଳ୍ପ ଅଳ୍ପ ହିତେ ଉଠିଛି ଫୁଲି 
ମନ ଯାଏ ଚହଲି 
ଚଉରାମୂଳେ ରଙ୍ଗମୁରୁଜ 
ଆଜି ଗଲା କାଲି ଓ ଆସନ୍ତା କାଲି 
ଦୀପାବଳି ଆଲୋକରେ କାର୍ତ୍ତିକ ଯାଇଛି ଭୁଲି 
ଅଁଳାନବମୀ ଆସୁଛି ରାଧାଦେବୀଙ୍କ 
ପାଦପଦ୍ମ ଦୁଇ ଦର୍ଶନ କରିବ ବୋଲି 
ରଙ୍ଗ ମୁରୁଜର ଏ ହୋଲି 
ଧରା ନହୁଲି ନହୁଲି ଲାଗୁଛି ଖାଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract