STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ବୟସ 

ବୟସ 

1 min
3


କୁଆଁ କୁଆଁ ଡାକି ଆସେ ବୟସ 
ଧରାରେ କରିବାକୁ ପୁଷମାସ 
ଅବା ଅବୟବର ଅୟସ 
ରଖି ସାହସ ବା ଉଡ଼ାଇ ହୋସ 
ରକ୍ତ ନିଗାଡି ପରିବାର ସର୍ବସ୍ବ 
ସାମାଜିକ ବାତାବରଣରେ ପିୟୁଷ 
ନିଜର କରିବାକୁ ଟୋପାଏ ହସ 
ଆଗକୁ ବଢୁଥାଉ ବୟସ 
ବୟସରେ ନଲାଗୁ ଦୋଷ 
ବିଷ ବଳୟରେ ନଆସୁ ରୋଷ 
ବହୁ ମନ୍ଦାକିନୀ ନିର୍ଯ୍ୟାସ 
ବୟସ ଦୋଷରେ ବାନ୍ଧି ଚଉପାଶ 
ସଭିଙ୍କୁ ରଖିଲେ କରିକି ବଶ 
ଦେଖିବୁ ବୟସେ ପଳାସ ହସ 
ମିଠା ପିତା କଷା ସବୁରେ ଭରିଯିବ ଆୟୁଷ 
କୃପା ଅଶେଷ 
ବୟସ ମହକେ ରୋଗ ପାଉ ହ୍ରାସ 
ସୁନିଦ୍ରାର ରଙ୍ଗ ହେଉ ଚନ୍ଦ୍ରହାସ
ବୟସ ସଂଖ୍ୟାରେ ଝରିପଡ଼ୁ ଆଶିଷ ଅଶେଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract