Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଶ୍ରମିକ ଦିବସ

ଶ୍ରମିକ ଦିବସ

1 min
282


ନୂଆ ଏ ଭାରତେ ମିଳୁଛି ସୁନାମ

ଅମୃତ କାଳରେ ଶ୍ରମିକ ସମ୍ମାନ ।


ପାରିଶ୍ରମିକ ଟି ଆସୁଛି ଖାତାରେ

ଶ୍ରମିକ ଜଡ଼ିତ ଅଛନ୍ତି ବ୍ୟାଙ୍କରେ ।


ଦେଶର ପ୍ରଧାନ ଅଟନ୍ତି ମହାନ

ସେବାରେ ଶ୍ରମିକ କାଟନ୍ତି ସେ ଦିନ ।


ଏକ ତାରିଖ ଟି ଆଜି ମେ ମାସର 

ଶ୍ରମିକ ଦିବସ ରେ ଗୁଞ୍ଜେ ରାଷ୍ଟ୍ରର ।


ଦିବସ ତାଙ୍କର ପାଳିତ ଦେଶରେ

ଆଦର ସମ୍ମାନ ଅମୃତ କାଳରେ ।


ନିସ୍ବାର୍ଥେ କରନ୍ତି ଶ୍ରମିକ କର୍ମକୁ

ନ ରଖନ୍ତି ସ୍ବାର୍ଥ କାର୍ଯ୍ୟ ରେ ନିଜକୁ ।


ଭାରତ ମାତାର ସୁଯୋଗ ସନ୍ତାନ

ସର୍ବଦା ରଖନ୍ତି ମାତୃଭୂମି ଧ୍ୟାନ ।


ଦେଶ ଶକ୍ତିଶାଳୀ ଶ୍ରମ ଶକ୍ତି କୋଳୁ 

ସବୁତ ସମ୍ଭବ ଶ୍ରମିକଙ୍କ ବଳୁ ।


ଗୃହକୁ ପାଳନ୍ତି କରି କର୍ମ ନିତି

ଜଗନ୍ନାଥ ପ୍ରତି ଧ୍ୟାନ ସେ ରଖନ୍ତି ।


ଶ୍ରମିକ ଦିବସ ବିଶ୍ବରେ ପାଳିତ

ତାଙ୍କ ବଳୁ ରାଷ୍ଟ୍ର ହୁଏ ଟି ଗର୍ବିତ ।


ଶ୍ରମ ବଳୁ ପରା ସବୁହେ ସମ୍ଭବ

ମନୁଷ୍ୟ ଜୀବନେ ରଖିବା ସେ ଭାବ


ନାହିଁ ମୂଲ୍ୟ କିଛି ଧନ ଓ ସମ୍ପତ୍ତି

କର୍ମ ବଳୁ ହୁଏ ଏହାର ଉତ୍ପତ୍ତି ।


କର୍ମ ଜ୍ଞାନ ପରା ଜୀବନେ ଅମୂଲ୍ୟ

ଜାଣିଛି ଶ୍ରମିକହେ ତାହାରି ମୂଲ୍ୟ ।


ଆସିଛେ ଏକଲା ଯିବାହେ ଏକଲା

ସ୍ମୃତି ରହି ଯିବ କର୍ମରେ ଏକଲା ।


ବର୍ଷାରେ କାତର ନ ହୁଏ ଶ୍ରମିକ

ସୂର୍ଯ୍ୟଙ୍କ କିରଣେ ନ ହୁଏ ଅବାକ୍ ।


କର୍ମ କରୁ ଥାଏ କର୍ମ ଜ୍ଞାନୀ ହୋଇ

ହିଂସା ଦ୍ୱେଷ କାରେ ନ ରଖେ ସେ ଭାଇ ।


ହାର୍ଦ୍ଦିକ ଶୁଭେଚ୍ଛା ଶ୍ରମିକ ଭାଇଙ୍କୁ

ଜୀବନରେ ସୁଖ ମିଳୁହେ ତାହାଙ୍କୁ ।


Rate this content
Log in

Similar oriya poem from Abstract