STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Abstract

4  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Abstract

ଏ ନୁହେଁ ଜଗତେ କେବଳ

ଏ ନୁହେଁ ଜଗତେ କେବଳ

2 mins
472


ଅନନ୍ତର ସୃଷ୍ଟି ଜାତି ପ୍ରଜାତି ଓ

ଉପଜାତି ବର୍ଗେ ଭରା,

ମାନବ ସମାଜେ ଜାତି ଉତ୍ସେଦନ

କୋଟା ବିଭାଜନ ଧାରା. ୦

ବୃକ୍ଷ ଲତା ତୃଣେ କେବେ ନାହିଁ ବାଦ

ପଶୁ ପକ୍ଷୀ ଜୀବ ଯେତେ,

ଆତ୍ମଗର୍ବୀ ପଣେ ବିବେକ ହାରଇ

ମାନବ ହିଁ ପ୍ରତିନିତ୍ୟେ. ୧ 

ହିସାଂ ଅପବାଦ ଛଳନା ଓ ମାୟା

ପ୍ରତାରଣା ପ୍ରରୋଚନା, 

ମାନବେ ଛାଡ଼ିଲେ କୁ ପ୍ରବୃତିଭାବ

ଅନ୍ୟ ଜୀବଗଣେ ଉଣା. ୨

ଖାଦ୍ୟ ଖାଦକ ର ମନୋବୃତ୍ତି ମିଳେ

ଅନ୍ୟ ଜୀବ ସାନ୍ନିଧ୍ୟର,

ମାନବେ ବାଦ ରେ ନିତ୍ଯ ରତ ରହି

ଆପଣା ମଣନ୍ତି ପର. ୩ 

ତୁଳସୀ ର ଉପଚାର ବିଛୁଆତି

ବୃକ୍ଷରୁ ପାଇବା କାହିଁ , 

ଗୋରୁ ଦୁହିଁଲେକି ଗୋରସ ମିଳନ୍ତା

ସୃଷ୍ଟି ଆଦ୍ୟୁ ଯାହା ନାହିଁ. ୪

ଖଦ୍ୟୋତ କହିଲେ ମୁଁହି ପ୍ରଭାକର

ହସୁଛ ଜନ ସମାଜ, 

ନିଜେ ଯାଣି ଯଦି ମୂଲ୍ୟାଙ୍କନ କର

କେଉଁ ପ୍ରାଣୀ ପକ୍ଷେ ଲାଜ. ୪ 

ଲୌହ କିବା କେବେ ଯୋଗ୍ୟ ବିବେଚିତ

ସୁବର୍ଣ୍ଣ ଶୀରିପା ଲାଗି,

ଶ୍ୱାନ ଛାଡ଼ିଦେଲେ ରାତ୍ରି ଜଗୁଆଳି

ମୁଷା କି ପାରଇ ଜଗି. ୫

ପ୍ରତ୍ୟେକ ଜୀବଠି ପ୍ରତ୍ୟେକ ଜାତିର

ପ୍ରତ୍ୟେକ ସମୟେ ଲୋଡ଼ା, 

ପ୍ରତିଏକ କାର୍ଯ୍ୟେ ପ୍ରତିଏକ ଜାତି

ପ୍ରତିଏକ ପାଇଁ ଗଢ଼ା. ୬ 

ଜାତି ମଧ୍ଯୁ ଉପଜାତି(ଉପକାରାର୍ଥେ) ତହିଁ ମଧ୍ଯୁ

ପ୍ରଜାତି ହୋଇ ଗଠନ,

ତହିଁରୁ ଶଙ୍କର ଜାତି ଜାତ ବଳେ

ସଂସାରରେ ହୋଇ ଜନ୍ମ. ୮ 

ସଂମ୍ପୁର୍ଣ୍ଣ ଶଙ୍କରେ ସଂସ୍କାର ହଜିବ

ଲୁଚିବ ପାପର ଶବ୍ଦ,

ପୁଣି ସତ୍ୟଯୁଗ ସମ୍ଭବ ହୋଇବ

ଜାତୀୟତା ପ୍ରତିବାଦ. ୯ 

ପ୍ରକୃତି ଗଠନ ବିକୃତି ନକର

ଆତ୍ମଗ୍ଲାନୀ ମନବଳେ,

ସଂସ୍କାର ସଂସ୍କୃତି ଉଚ୍ଛେଦିତ କରି

କି ଅବା ପାଇବ ହେଳେ. ୧୦

ରଜକ କେବେ କି ଯଜ୍ଞାଚାର୍ଯ୍ୟ ଗ୍ରାହୀ

ବେଦାଚ଼ାର୍ଯ୍ୟ ପାଠକଲେ, 

ଶୁକର ନୁହଇ କେବେବି ଗୋମାତା

ସୂର୍ଯ୍ୟ ଚନ୍ଦ୍ର ଭବେ ଥିଲେ. ୧୨ 

ପଞ୍ଚ ମହାଭୂତ ଆୟତ ଶକତି

ମାନବ ଜିଜ୍ଞାସୁ ତୀରେ, 

ବିଜ୍ଞାନର ବଳେ ଜ୍ଞାନକୁ ହରାଇ

ନିଜେ ମହା ଜ୍ଞାନୀ ବୋଲେ. ୧୩

ପ୍ରକୃତି ଗଠନ ନୁହେଁ ମାନବର

ବର୍ଷ ମାସ ଋତୁ ବ୍ୟୋମ, 

ମିଥ୍ଯା ସାହସୀକେ ମୁଁ-- କରେ ବୋଲି

କାହିଁ କର ମତିଭ୍ରମ . ୧୪ 

ବିବେକ ପଣରେ ଛବି ଟିଏ ଆଙ୍କି

କବି କି"ବା ବୋଲାଇବ,

ଦୈବୀ ଯାତନା କୁ ମାନବ ରଚ଼ନା

କି"ବା ସମ୍ବଳ ଲଭିବ. ୧୫

ନିଜେ ନ ଶିଖାଅ ନିଜ ଜାତ ପୁତ୍ରେ

ନିଜର ମର୍ଯ୍ୟାଦା ପଣ,

ମାନବ ସମାଜ ଜୀବମଧ୍ୟେ ଶ୍ରେଷ୍ଠ

ରଖ"ହେ ନିଜ ଆସନ. ୧୬

ଦୁର୍ବୁଦ୍ଧି କୁ ଛାଡ଼ ଦୁର୍ନୀତି ରେ ଲଢ଼

ଦୁର୍ଗତି ହୋଇବ ଦୁର,

ଦୁର୍ବିପାକୁ ଧରା ଦୁରରେ ରହିବ

ଦୁର୍ଦିନ ନୋହିବ କାଳ. ୧୭ 

ପଞ୍ଚ ମହାଭୂତେ ସାନ୍ତ୍ବନା ଦିଅ ହେ

ଲାଞ୍ଛନା ମନରୁ ତେଜି,

ହସାଅ ପ୍ରକୃତି ନ ସାଜି ବିକୃତି

ହସିଉଠୁ ବୃକ୍ଷରାଜି. ୧୮ 

କଷଣ ନ ଦିଅ ଷୋଶଣତା ପଣେ

ସମାନତା ମନେ ରହୁ,

ପଣ ଦେଖାଇଣ ଗଣ ବାହୁ ବଳ

ଧର୍ଷଣତା ଲୋପ ହେଉ. ୧୯

ହେଜରେ ହେଜରେ ପୁରୁବ ମାନ୍ୟତା

ମାନବିକତାର ସାଥେ, 

ସାର୍ଥକ ଲଭିବ ପ୍ରାଣୀ ଜଗତରେ

ମନୁଷ୍ଯ ର ମୂଲ୍ଯ ଅର୍ଥେ. ୨୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract