ହାତଠାରି ଡାକେ ଜନମଭୂଇଁ
ହାତଠାରି ଡାକେ ଜନମଭୂଇଁ
ବାହୁନି ଝୁରୁଛି ଆଜିବି ଖୋଜୁଛି
କାହିଁ ଗଲୁ ମୋ ସନ୍ତାନ ,
ତୋ"ଅନୁପସ୍ଥିତି ମୋତେ ଶୂନ୍ୟ ଲାଗେ
ନବୁଝେ ମୋହରି ମନ ।।
ପଚାରି ବୁଝୁଛି ଆନ ସନ୍ତାନକୁ
କେହି ନ କହନ୍ତି ମୋରେ ,
ବୁଝାଏ ନିଜର ମନରେ ମନକୁ
ମୋ କଥା କେ" ବୁଝିପାରେ ।।
ଜନମିଲୁ ଯେବେ ଜନନୀ କୋଳରୁ
ମୋ ଶରୀରେ ଦେଲୁ ଛୁଆଁ ,
ଖେଳି ମୋ କୋଳରେ ତୋତେ ଭୋକହେଲେ
କାନ୍ଦୁଥିଲୁ କୁଆଁ କୁଆଁ ।।
କୁମାରୁ କିଶୋର ବିତିଲା ତୋହର
ମୋ କୋଳରେ ଖେଳି ବୁଲି ,
ହେଲୁ ଯେବେ ବଡ଼ ଜୀବିକା ଅର୍ଜନେ
ପରଦେଶେ ଗଲୁ ଚାଲି ।।
ଅରଜିବା ଶିଖି କରମେ ଭୁଲିଲୁ
"ତୋ"ବାଲ୍ୟ କିଶୋର କଥା ,
ଆଜି ବି ଭୂଲିନି ମନରୁ ମୋହର
ତୋ"ପାଇଁ ପାଇବା ବ୍ୟଥା ।।
ଆଜିବି ରହିଛି ମୋ କୋଳରେ ଲୁଚି
ତୋର ସେଇ କଟା ନାହୀ ,
ତୁ ସିନା ଭୂଲିଲୁ ପରବାସି ହେଲୁ
ମୁଁ'କି ତା" ଭୂଲି ପାରଇ ।।
ହଜାଇ ତୋତେ"ରେ କେତେ ମୁଁ ଖୋଜେ ରେ
ଆସେ ପୁଣି ଫେରି ଥରେ ,
ହାତଠାରି ଡ଼ାକେ ତୋ ଜନମଭୂଇଁ
କାହିଁକି ରହିଛୁ ଦୂରେ ।।
ମାଆ କି ଭୁଲିବ ତା' ପୁଅକୁ କେବେ
ପୁଅ ସିନା ଭୂଲିପାରେ ,
ମାଆ ଚାଲିଯିବ ଜନ୍ମଭୂମି ଥିବ
ଯୁଗଯୁଗ ଅପେକ୍ଷାରେ ।।