STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ସ୍ମରଣ ମନନ ମନ୍ଥନ

ସ୍ମରଣ ମନନ ମନ୍ଥନ

2 mins
29


ଏ ଜୀବନ ବିଭୁଙ୍କର ଦାନ ବଳେ

ସର୍ବ ଶ୍ରେଷ୍ଠ ଦାନ ମାନ୍ୟ

ମୂଲ୍ୟହୀନ ଅନ୍ୟ ଭୌତିକ ପଦାର୍ଥ 

ନାହିଁ ତହିଁ ପ୍ରୟୋଜନ

ବିଭୁଙ୍କ ସ୍ମରଣ,ମନନ ,ମନ୍ଥନ

ନିତ୍ୟ ଭୋଜନ ଯେପରି

ଯୋନି ଜନ୍ମ ରୁ ମୁକ୍ତି ଉଦ୍ଦେଶ୍ୟରେ

ବିଭୁ ନାମ ସର୍ବୋପରି

ମଣିଷ ହୃଦୟେ ଭାବ ଶକ୍ତି ସମ

ଆପେ ହୋଇଲେ ଉତ୍ପତ୍ତି 

ଯଦି ସେହି ଭାବେ ଜାଣେ ଈଶ୍ୱରଙ୍କୁ

ସେହି ଭାବ ଅଟେ ଭକ୍ତି 

ପ୍ରଭୁଙ୍କ ପୟରେ ନିବେଦନ ପ୍ରାୟ

କେବେ ହୁଏ ନାହିଁ ବ୍ୟର୍ଥ

ନିଷ୍ଠାର ସହ ନାମ ଭଜନରେ

ଭକ୍ତି ବୃଦ୍ଧି ରେ ଯଥାର୍ଥ 

ଛାଇ ପରି ବ୍ୟାପ୍ତ ସଦା ସଂସାରରେ

ସ୍ଵୟଂ ପ୍ରଭୁ ନାରାୟଣ

ନିର୍ମଳ ନ ଥିଲେ ମନ ଓ ହୃଦୟ

ଅସମ୍ଭବ ଦରଶନ 

ଏକନିଷ୍ଠ ଭକ୍ତି ବଳେ ସହଜରେ

ବନ୍ଧା ସ୍ଵୟଂ ଭଗବାନ

ଭାବଗ୍ରାହୀ ପ୍ରଭୁ ଭକ୍ତର ପଛରେ

ଆପେ କରନ୍ତି ଧାବନ 

ଶ୍ରବଣ,କୀର୍ତ୍ତନ,ସ୍ମରଣ,ପୂଜନ

ବନ୍ଦନ, ପାଦ ସେବନ

ଦାସ୍ୟ, ସଖ୍ୟ ପୁଣି ଆତ୍ମ ନିବେଦନ

ନବଧା ଭକ୍ତି ରୂପେଣ 

ଜୀବର ଉଦ୍ଧାର ପାଇଁ ପୁରୁଷାର୍ଥ 

ହୋଇଅଛି ନିର୍ଦ୍ଧାରିତ

ଧର୍ମ-ଅର୍ଥ-କାମ-ମୋକ୍ଷ ପୁରୁଷାର୍ଥ 

ସଠିକ ଭାବେ ବିଦିତ

ପ୍ରାରବ୍ଧ ଓ ଉଦ୍ୟମ ଦୁଇ ଉପାୟ

ପୁରୁଷାର୍ଥ ଲଭିବାରେ

କାମ ଆଉ ଅର୍ଥ ପ୍ରାରବ୍ଧର ବଳେ

ଧର୍ମ-ମୋକ୍ଷ ଉଦ୍ୟମରେ 

ଉଚିତ କ୍ରିୟା ହିଁ ଅଟେ ପୁରୁଷାର୍ଥ

ବ୍ୟକ୍ତି ଜୀବନର ଲକ୍ଷ୍ୟ 

ଜୀବନର ଲକ୍ଷ୍ୟ ଅବଶ୍ୟ ଚାରୋଟି 

ଧର୍ମ-ଅର୍ଥ-କାମ ମୋକ୍ଷ

ଧର୍ମ-ଅର୍ଥ-କାମ କେବଳ ମାଧ୍ୟମ

ମୋକ୍ଷ ଅନ୍ତିମ ଅବସ୍ଥା

ଧର୍ମ-ଅର୍ଥ-କାମ ଅଟଇ ତ୍ରିବର୍ଗ 

ଧର୍ମ କିନ୍ତୁ ମଧ୍ୟସ୍ଥତା 

ମୋକ୍ଷ ଆଢ଼ୁଆଳେ ଧର୍ମ-ଅର୍ଥ-କାମ

ଅଙ୍ଗାଙ୍ଗୀ ଭାବେ ଜଡ଼ିତ

ଜନ୍ମ ମରଣ ରୁ ପରିତ୍ରାଣ ଜୀବ 

ମୁକ୍ତି ସହ ମୋକ୍ଷ ପ୍ରାପ୍ତ

ନିଗୂଢ଼ ରହସ୍ୟ ରହିଛି ଜଡ଼ିତ

ପ୍ରାୟ ଧର୍ମ ଶାସ୍ତ୍ର କଥା

ଜୀବ ମୁକ୍ତି ଜନ୍ମ ମୃତ୍ୟୁ ବନ୍ଧନ ରୁ

ଭବ୍ୟ ମୋକ୍ଷ ର ଅବସ୍ଥା 

ଧର୍ମ ପରିଭାଷା ସରଳ ଅର୍ଥରେ

ଉଚିତ କର୍ମ ସାଧନା 

ଅର୍ଥ ପରିଭାଷା ଧନ ଉପାର୍ଜନ

କାମ,କାମନା-ବାସନା

ଚତୁଃ ବର୍ଗ ମଧ୍ୟେ ଧର୍ମର ଗୁରୁତ୍ଵ

ଉଚ୍ଚ ଆସନେ ଆସିନ 

ସୁଖଦ ଜୀବନ ଯାପନ ଅର୍ଥରେ

ଧର୍ମ ଭବ୍ୟ ପ୍ରୟୋଜନ

ଅର୍ଥ ଆଉ କାମ ଦୁଇ ନଦୀ ସମ

ଧର୍ମ-ମୋକ୍ଷ ଦୁଇ କୂଳ 

ମର୍ଯ୍ୟାଦା ଘେରରେ ରହି ଥିଲେ ନଦୀ

ଜୀବନେ ହୁଏ ମଙ୍ଗଳ

ଧର୍ମ ଆଉ ମୋକ୍ଷ ଭାଙ୍ଗିଲେ ମର୍ଯ୍ୟାଦା 

ଅର୍ଥ-କାମ ଲାଳସାରେ

ଦୁର୍ଦ୍ଦିନ ଓ ଅଧ-ପତନ ଅବଶ୍ୟ

ଜୀବନ ଚଲା ପଥରେ 

ହୃଦୟ ସଞ୍ଜତ ରହିଲେ ସର୍ବଦା

ଆସକ୍ତି ଯିବ ଦୂରେଇ

ଆସକ୍ତି ବିହୀନ ମନ ଓ ପ୍ରାଣରେ

ମୋକ୍ଷ ପଥ ରହେ ଚାହିଁ

ହୃଦେ ବ୍ରହ୍ମ ଜ୍ଞାନ ହେଲେ ବିରାଜିତ

ଖୋଲି ଯିବ ମୋକ୍ଷ ପଥ

ସଂସାର ର ମୋହ ମାୟା ବନ୍ଧନ ରୁ 

ଆପେ ଜୀବ ହେବ ମୁକ୍ତ

ଧ୍ୟାନମୁଳଂ ଗୁରୁମୂର୍ତ୍ତି ମନ୍ତ୍ର-ମୁଳଂ ଗୁରୁପୂଜା

ମୋକ୍ଷ -ମୁଳଂ ଗୁରୁକୃପା

ଗୁରୁ ରୂପୀ ବୃକ୍ଷ ଛାୟା ତଳେ ଆଶ୍ରା

ପାପ କାୟା ଶୁଦ୍ଧ ରୂପା 

ଆପ୍ରାଣ ଚେଷ୍ଟାରେ ଯାହା ଅସମ୍ଭବ

ଅଚିରେ ହୁଏ ସମ୍ଭବ

ଗୁରୁ କୃପା ବଳେ ପ୍ରାପ୍ତ ହୁଏ ସବୁ

ଗୁରୁ ହିଁ ମହାନୁଭବ

ଗୁରୁ ଏକ ସତ୍ତା ପୁଣି ଅନୁଭବ 

କହେ ପୁରାଣ ଦର୍ଶନ

ଆଧ୍ୟାତ୍ମିକ ଜ୍ଞାନ ସାଧନ କ୍ଷେତ୍ରରେ 

ଗୁରୁ ଜ୍ଞାନ ପ୍ରୟୋଜନ

ଉତ୍ତମ ଗୁରୁଙ୍କ ସହଚର୍ଯ୍ୟ ବଳେ

ବହୁ ବିଧ ଫଳ ପ୍ରାପ୍ତ

ଗୁରୁଙ୍କ ସେବାରେ ଚତୁବିଂଶ ଫଳ

ଧର୍ମ ଅର୍ଥ କାମ ମୁକ୍ତ

କୃଷ୍ଣ ବନ୍ଦେ ଜଗଦ୍-ଗୁରୁମ୍ ଉକ୍ତି

ବର୍ଣ୍ଣନା ଧର୍ମ ଶାସ୍ତ୍ରରେ

କୃଷ୍ଣ ଥିଲେ ହୃଦେ ଗୁରୁ ଆସନରେ

ସର୍ବ କୁଶଳ ଅଚିରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract