STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କୃଷ୍ଣ ଜନ୍ମାଷ୍ଟମୀ

କୃଷ୍ଣ ଜନ୍ମାଷ୍ଟମୀ

1 min
399

ଅନାଦି ଅନନ୍ତ        ସୃଷ୍ଟିକର୍ତ୍ତା ପ୍ରଭୁ  

     ଜନମ ଏ ମୃତ୍ୟୁ ଧାମ,

ପାପୀଙ୍କ ବିନାଶ       ପାଇଁ ଟି ଜନମ

     ଦିଏ ଶିକ୍ଷା ଶାସ୍ତ୍ର ଆମ।  


ଭାଦ୍ରବ ମାସର        କୃଷ୍ଣ ପକ୍ଷ ପୁଣି  

     ତହିଁ ତୀଥୀ ଅଷ୍ଟମୀର,

ଦେବକୀ ଗର୍ଭରୁ       ଜନ୍ମ ଲକ୍ଷ୍ମୀକାନ୍ତ

     କାରା ଦିଶୁଛି ସୁନ୍ଦର।


ଅଚେତେନ ହୋଇ     ପଡ଼ି ଛନ୍ତି ଦେବୀ

     ଶୋଇ ଛନ୍ତି କର୍ମଚାରୀ,

ମୂଷଳର ଧାରେ       ବର୍ଷା ହେଉଅଛି

     ଚେତନା ନାହିଁ କାହାରି।


ଜାଗ୍ରତ ଟି ମାତ୍ର       ବସୁଦେବ ତହିଁ

     ନେବେ ପୁତ୍ର ନନ୍ଦ ପୁରୀ,

ଶୁଭେ ଶୁନ୍ୟବାଣୀ      ଘନଘନ କର୍ଣ୍ଣେ

     ମାୟା ଅପୂର୍ବ ତାଙ୍କରି।


ପୁତ୍ର ଦେବେ ନେଇ   ଯଶୋଦା କୋଳରେ

     ପୂତ୍ରୀ ଆଣିବେ ତାଙ୍କରି,

ପ୍ରଭୁଙ୍କର ମାୟା      କେ ବୁଝିବ ଭବେ

     ସବୁତ ନୀଳା ତାଙ୍କରି।


ମୋହୁ ଅଛି ତାଙ୍କ     ବାଲ୍ୟ ରୂପ ଯହିଁ

     ନାହିଁ ପଟାନ୍ତାର ଯାର,

ଦେଖୁଥାନ୍ତି ପିତା      ପୁତ୍ର ବାଲ୍ୟ ରୂପ

     ଭୋଜୁ ଥାନ୍ତି ନିରାକାର।


ପ୍ରଭୁ ବାଲ୍ୟ ରୂପ      ଦେଖି ଦେବଗଣ

     ହାତ ଯୋଡ଼ି ରହିଛନ୍ତି,

ଶଙ୍ଖ ହୁଳହୁଳି       ଶୁଭୁ ଅଛି ଶୁନ୍ୟେ

     ବାଲ୍ୟ ରୂପ ଦେଖୁଛନ୍ତି।


ଋତୁ ପାର୍ବଣର        ପୂର୍ଣ୍ଣଗର୍ଭା ନଈ

     ଜଗମାୟା ଆଗମନେ,

ନନ୍ଦ ପୁତ୍ରୀ ଜନ୍ମ      ଯଶୋଦା କୋଳରୁ

     ପାପ ପାପୀ ବିନାଶନେ।


ମନ ଦୁଃଖ ତହିଁ       ବସୁଦେବ ଯହିଁ

     କମ୍ପିତ ହୁଏ ବଦନ,

ରଖି ଖଟୁଲିରେ        ପୁତ୍ରକୁ ଯତ୍ନରେ

     ନନ୍ଦପୁରୀ ରେ ଗମନ।


ନନ୍ଦ ରାଣୀ ଯହିଁ      ସୋଇଛି ନିଦ୍ରାରେ

     ଜନ୍ମ ଜ୍ଞାନ ନାହିଁ ପୁତ୍ରୀ, 

ପୁତ୍ରକୁ ରଖିଲେ      ଯଶୋଦା ଶଯ୍ୟାରେ

    ଘେନି ଗଲେ ତହୁଁ ପୁତ୍ରୀ।


ଦେଲେ ପୁତ୍ରୀନେଇ    କୋଳରେ ଦେବକୀ 

     ଶୂନ୍ୟ କଥା ଅନୁସାରେ,

ହୋଇଲା ପ୍ରଭାତ      କଂସ ସେ ଶୁଣିଲା

     ପୁତ୍ରୀ ଜନ୍ମ ଦେବକୀରେ।


ଅଷ୍ଟମ ଗର୍ଭରେ       ପୁତ୍ରୀ ଜନ୍ମ କିମ୍ପା?

    ମନ ତାର ବିଚଳତ,

ମାୟା କିବା ଏହୁ       ବୁଝି ନ ପାରିଲା

    ହେଲା ଅତି ଭୟଭୀତ।


ପୁତ୍ର ହେଉ ଅବା      ପୁତ୍ରୀ ହେଉ ପୁଣି

    ମାରିବି ତାକୁ ନିଶ୍ଚୟ,

ଘେନିନେଇ ଗଲା     ଦେବକୀ କୋଳରୁ

   କମ୍ପିଲା ହୋଇ ଅଥୟ।


କଚାଡି ଦେଲା ସେ     ଚଟାଣ ଉପରେ

    ଶୂନ୍ୟେ ପୁତ୍ରୀ ଖସି ଗଲା,

କହିଲା ଶୂନ୍ୟରୁ      ପାପାଚାରୀ କଂସ

    ତହର କାଳ ପୁରିଲା।


ପ୍ରଭୁ କୃପାସିନ୍ଧୁ      ଜନମ ହେଲେରେ

   ଧର୍ମ କ୍ଷେତ୍ର ନନ୍ଦପୁରେ,

ମାରିବେ ଅବଶ୍ୟ     ଆରେ ଦୁରାଚାରୀ

    ମରିବୁ ଅଳ୍ପ କାଳରେ।


ମାୟା ପ୍ରଭୁଙ୍କର      ଦେବେ ଅଗଚର

    ମନୁଷ୍ୟ କାହୁଁ ବୁଝିବ,

ହେହୁ ଦାରୁବ୍ରହ୍ମ       ପ୍ରଭୁ ଜଗନ୍ନାଥ

    ଭକ୍ତ ହିଁ ତାହା ଜାଣିବ।


କୃଷ୍ଣ ଜନ୍ମାଷ୍ଟମୀ       ଭକ୍ତିର ପାର୍ବଣ

    ନରନାରୀଙ୍କର ପୂଜା,

ଭକ୍ତି ଜଗମାୟା     ସାକ୍ଷାତେ ମା ଦୁର୍ଗା

    କରନ୍ତି ମାଆଙ୍କ ପୂଜା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract