ଗହୀର ବିଲର କିଆ ଗୋହିରୀ
ଗହୀର ବିଲର କିଆ ଗୋହିରୀ
ଗହୀର ବିଲର କିଆ ଗୋହିରୀର
ଧାନ କେବେ ମରେ ନାହିଁ
ଅବିରତ ସେଠି ଜଳ ଝରୁ ଥାଏ
ଝର ବିଲ ପରା ସେହି ।
ନିଦାଘ କାଳରେ ହୁଏ ସେଠି ଚାଷ
କୃଷକଟି ଖୁସି ତହିଁ
ଲେଉଟିଆ ଶାଗ ଆଖ୍ୟା ଦିଆଯାଏ
ନିରାଶା ସେ କରେ ନାହିଁ ।
ଗହୀର ବିଲରେ କିଆ କନ୍ଦା ହୁଏ
ବିଲୁଆଟି ଭୁକେ ରହି
ଗହୀର ବିଲର କିଆ ଗୋହିରୀରେ
ମାଛ ରହିଥାଏ ଚାହିଁ ।
ଗହୀର ବିଲଟି ଥାଏ ଯା ପାଖରେ
ଅଭାବ ତାହାର ନାହିଁ
ବାରମାସ ଯାକ ଯୋଗାଏ ଆହାର
ଚାଷ ହେଇଥାଏ ତହିଁ ।
ଦୁଇ ଫସଲି ଯେ ଅଟେ ସେଇ ବିଲ
ଏକଥା ଭୁଲିବ ନାହିଁ
କୃଷକ ଭାଇର ସିଏ ତ ଜୀବନ
ଲକ୍ଷ୍ମୀ ବାସସ୍ଥାନ ତହିଁ ।
ଗହୀର ବିଲର କିଆରିରେ ଧାନ
ପାଚି ହସୁଥାଏ ତହିଁ
ଢୀପ ବିଲ ସିନା ମରୁଡିରେ ଯାଏ
ଗହୀର ବିଲର କାହିଁ ?
ଗହୀର ବିଲର କିଆ ଗୋହିରୀର
ମୂଲ୍ୟ ଅତ୍ୟଧିକ ତହିଁ
ଧଉଡିରେ ଯାଏ ନା ମରୁଡିରେ ଧୁଏ
ଫସଲରେ ହସେ ସେହି ।
ଯେତେ ବିଲ ଥାଉ ଗୋହିରୀ ବିଲର
ସମକ୍ଷକ କେହି ନାହିଁ
ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ
ଚନ୍ଦ୍ରମା କି ହୁଏ ସେହି ।
ସବୁ କିଆରିରେ ଲକ୍ଷ୍ମୀ ବିରାଜିତ
ମାଆଙ୍କ କରୁଣା ସେହି
ଢୀପ ବିଲ ସିନା ହତାଶ କରାଏ
ଭରସାଟି ଦିଏ ସେହି ।
ଗହୀରି ବିଲର କିଆ କନ୍ଦା ପାଇଁ
ହାତୀ ରହି ଥାଏ ଚାହିଁ ତହିଁ
ଖାଇବାକୁ ସିଏ ନସର ପସରେ
ଧାଇଁ ଯାଇଥାଏ ତହିଁ ।।
