ଫଗୁଣ
ଫଗୁଣ


ମାଘ ମାସ ଗଲେ ଫଗୁଣ ଆସଇ
ବସନ୍ତ ଋତୁଟି ଏଇ
ନବ ପଲ୍ଲବିତ ହୋଇଥାଏ ବୃକ୍ଷ
ସୌନ୍ଦର୍ଯ୍ଯ ତା ବଢି ଥାଇ ।
ଆମ୍ବ ଡାଳେ ବସି କୋଇଲିଟି ତାର
କୁହୁ ତାନ କରୁ ଥାଇ
ପଞ୍ଚମ ତାନରେ ସୁମଧୁର ସୁରେ
ମନ ମୋହି ନିଏ ସେଇ ।
ଫଗୁଣ ଆସିଲେ ଫଗୁର ଅବିରେ
ରଙ୍ଗ ହୋଲି ଖେଳ ହେଇ
ଦୋଳ ପୂର୍ଣ୍ଣିମାରେ ଲଉଡି ଖେଳରେ
ନାଚନ୍ତି ଗୋପାଳ ଭାଇ ।
ଭକ୍ତଙ୍କ ଗହଣେ ବିମାନରେ ବସି
ଘରେ ଘରେ କୃଷ୍ଣ ରାଈ
ପୂଜା ପାଉଥାନ୍ତି ଲବଣୀ ଖାଆନ୍ତି
ଗୋପାଳେ ଥାନ୍ତି କାନ୍ଧେଇ ।
ଫଗୁଣ ଆସିଲେ ନାଲି ରଙ୍ଗ ମାଖି
ପ୍ରକୃତି ରାଣୀ ହସଇ
ପଳାଶ ଶିମିଳି କୃଷ୍ଣ ଚୂଡା ଫୁଟେ
ନାଲି ଟହ ଟହ ହେଇ ।
ନାଲି ପାଟ ଶାଢୀ ପିନ୍ଧି ଏଇ ଧରା
ତନୁ ମନ ଯାଏ ଛୁଇଁ
କରେ ବିମୋହିତ ସୌନ୍ଦର
୍ଯ୍ଯେ ମୋହିତ
ବିଭୋର କରଇ ସେଇ ।
ରଙ୍ଗ ବେରଙ୍ଗର ଫୁଲ ଫୁଟି ଧରା
କି ସୁନ୍ଦର ଦିଶୁ ଥାଇ
ମଲ୍ଲୀ ହେନା ଜୁଇ ବାସ ଚହଟାଇ
ମହକାଇ ଥାଏ ଭୂଇଁ ।
ଫଗୁଣ ଆସିଲେ ଅନେକ ସପନ
ଆଖିରେ ସେ ଭରି ଥାଇ
ମନକୁ ଚୋରାଇ ଚିତ୍ରା ପ୍ରଜାପତି
ଡେଣା ଝାଡି ଉଡୁ ଥାଇ ।
ବିନା ଶ୍ରାବଣରେ ପ୍ରେମର ବରଷା
ଦେହକୁ ଭିଜେଇ ଥାଇ
ଇନ୍ଦ୍ରଧନୁର ସେ ସପତ ରଙ୍ଗରେ
ମନଟି ଦିଏ ରଙ୍ଗେଇ ।
ଫଗୁଣ ପ୍ରକୃତି ସୌନ୍ଦର୍ଯ୍ଯ ରାଣୀଟି
ଖିଲି ଖିଲି ହସୁଥାଇ
ନାଲି ଓଢଣୀର ଫାଙ୍କେ ଉଙ୍କି ମାରି
ଆକାଶକୁ ଦେଖେ ସେଇ ।
ମୃଦ୍ୟୁ ମଳୟରେ ବହଇ ପବନ
ହୃଦୟକୁ ଯାଏ ଛୁଇଁ
ଏଇତ ଫଗୁଣ ପ୍ରେମର ପ୍ରତୀକ
ପ୍ରେମରେ ସେ ଭିଜୁ ଥାଇ ।