STORYMIRROR

pranati Mahapatra

Abstract Inspirational Others

3  

pranati Mahapatra

Abstract Inspirational Others

ସବୁଠୁ ନିଆରା ଶୀତ

ସବୁଠୁ ନିଆରା ଶୀତ

1 min
220


ଆହାଃ, 

ଶୀତ ଆସୁଥିଲା ଆସୁଛି ଆସିବ

ଯେମିତିକା ସିଏ ଆସେ,

ଗ୍ରହଣ କରିବା ଆମରି ଦାୟିତ୍ୱ

ଯେମିତିକା ଯିଏ ରସେ।


ନବ ବରଷର ନବୀନ ହରସେ

ନବ ବଧୂର ଉଲ୍ଲାସେ,

ନବ ପ୍ରସ୍ଫୁଟିତ କୁସୁମ କଳିରେ

ଶିଶୁଟିର ଦରହାସେ।


ସୁନେଲି କ୍ଷେତରେ ମୁକ୍ତାବିନ୍ଦୁ ମଧ୍ୟେ

ଗୁପ୍ତଧନେ ଶୀତ ଆସେ,

ହାଡଥରା ଜରାଜୀର୍ଣ୍ଣ ଶରୀରର

ସ୍ଵେଦ ବିନ୍ଦୁ ମଧ୍ୟେ ହସେ।


ଶୀତ ଆସିଯାଏ ମାଆର କୋଳରେ

ପଣତ କାନିରେ ସତେ,

ବଡ଼ଦାଣ୍ଡେ ପତିତପାବନ ମଧ୍ୟେ

ମୁରୁକି ମୁରୁକି ହସେ ।


ଆନନ୍ଦବଜାରେ ବାଇଶି ପାହାଚେ

ଶୀତଟା ଧସେଇ ପଶେ,

ଚନ୍ଦନ ଅଗରୁ ଦୟଣା ମାଳରେ

କାଳିଆ ମୁରୁକି ହସେ।


ଶୀତ ଯେ ଆସିଛି କେ କେତେ ଢଙ୍ଗରେ 

ବାଗରେ ଆପଣା କରେ,

ସବୁଠୁ ନିଆରା ମାଆ ପଣତର

ମମତାର ପରଶରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract