STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract

ମନେ ଅଛି ବିଶ୍ଵାସ

ମନେ ଅଛି ବିଶ୍ଵାସ

1 min
326


ମନେ ଅଛି ବିଶ୍ଵାସ

ହେବି ନାହିଁ କେବେ ନିରାଶ,

ପ୍ରତି ଆରମ୍ଭର ଥିଲେ ବି ଶେଷ

ଶେଷରୁ ବି ହୁଏ କ୍ରମ ବିନ୍ୟାସ।

ଆଜି ତୁମେ ଯାଇଥିଲେ ବି ଦୂରେଇ

କେବେନା କେବେ ଫେରିବ ନିଶ୍ଚୟ,

ଏ କଥା କହୁଛି ପ୍ରତି ସ୍ପନ୍ଦନରେ

ମୋର ନିଷ୍ପାପ ନିର୍ମଳ ହୃଦୟ।

ଭଲ ପାଇବା ଯଦି ମୋର

ବାସ୍ତବତାର ଏକ ନିର୍ଭୁଲ୍ ସିଦ୍ଧାନ୍ତ,

ତୁମେ ବି ଅନୁଭବ କରିବ

ତାର ସତ୍ୟାସତ୍ୟ ହୋଇଥିଲେ

ସାମୟିକ ଚାପରେ ବିଭ୍ରାନ୍ତ।

ଭୁଲ୍ ତୁମର ବା ମୋର ହୋଇପାରେ

ଅସୁବିଧା କଅଣ ସୁଧାରି ନେବାରେ ?

ନିଜକୁ ସଂଶୋଧନ କରିବାରେ

ବିପକ୍ଷ ଯୁକ୍ତି ଅଛି କି ତୁମ ପାଖରେ ?

ପରିସ୍ଥିତିରେ ପଡି ମୁହଁରେ

ହଜାରେ ଥର କହିପାର ନା,

ଅନ୍ତରାତ୍ମା କିନ୍ତୁ ବାରମ୍ବାର କହୁଥିବ

ଏ ସବୁ କର୍ମର ଫଳ ନୁହେଁ ବିଡମ୍ବନା।

ମନେ ଅଛି ବିଶ୍ଵାସ

ମୋର ତୁମର ଅନ୍ୟ ସମସ୍ତଙ୍କର,

ସେ ବିଶ୍ବାସକୁ ଦୃଢ କରିବା

ନିଶ୍ଚିତ ଏକ ସିଦ୍ଧି ଧ୍ୟାନ ଧାରଣାର।

କଣ ଅଛି ଏ ଫମ୍ପା ଅହମିକାର

ଜୀବନ ପାଣି ଫୋଟକାଟିଏ,

ଏଇ ଅଛି ଏଇ ନ ଥିବ

ଗୋଟିଏ ଫୁତ୍କାରରେ ଲୀନ ହୋଇ ଯିବ

ସେ ଏକ ଅବଚେତନାର ସ୍ବପ୍ନଟିଏ।

ଉଠ ଆସ ଜାଗ୍ରତ ହେବା

ଜୀବନର ସଂକଳ୍ପ ଯଦି ମିଛ ନୁହେଁ,

କାହିଁକି ପୁଣି ଥରେ

ସବୁଜ ସମ୍ଭାବନାର ମନ୍ତ୍ର ଉଚ୍ଚାରଣ କରି

ଏକାଠି ହେବାନି ଆମେ ଦୁହେଁ ?

ମନେ ଅଛି ବିଶ୍ଵାସ

ପ୍ରକୃତି ଆମକୁ ଦେଉଛି ଆହ୍ଵାନ,

ପତ୍ରଝଡା ପାଦପର ଅନ୍ତିମ ଅବସ୍ଥା ନୁହେଁ

ନବ ପଲ୍ଲବର ସେ ପୁନଃର୍ଉଥାନ।

ଋତୁ ଚକ୍ରର କ୍ରମ ପରି ଜୀବନ ଚକ୍ର ବି 

ରକ୍ଷା କରୁଥାଏ ଭାରସାମ୍ୟତା,

ସନ୍ତୁଳିତ ମାନସିକତା ଏକ

ଦୂର୍ବଳ ମୁହୂର୍ତ୍ତର ନିରର୍ଥକ ଆବେଗତା।

ହୃଦୟଙ୍ଗମ କରି ଦେଖ ଥରେ

ବାହାରିବ ତାର ନିରପେକ୍ଷ ନିର୍ଯ୍ୟାସ,

ସଚେତନ କରିବାକୁ ଅନ୍ତରରେ 

ଗୁଞ୍ଜରିତ ହୁଏ ଓଁ କାରର ପ୍ରଣବ

ମନେ ଅଛି ବିଶ୍ଵାସ।

  




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract