STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Action

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Action

ଗଣତନ୍ତ୍ର ଆଜି କାନ୍ଦୁଛି

ଗଣତନ୍ତ୍ର ଆଜି କାନ୍ଦୁଛି

1 min
174

  

ବିପ୍ଳବର ବହ୍ନି ଆଜି

             ଜଳୁ ନାହିଁ କାହିଁ,

ଜଳେ ଯଦି ମିଞ୍ଜିମିଞ୍ଜି

              ଅନ୍ଧାରକୁ ଚାହିଁ।

ଶିଥିଳ ହୁଏ ରକତ

               କଣ୍ଠସ୍ଵର ସ୍ତବ୍ଧ,

ଅନ୍ତର୍ଦାହେ ଜଳିଜଳି

              ହେଉଅଛି ଦଗ୍ଧ।

ଯାଇଛି ତ ରାଜତନ୍ତ୍ର

             ସ୍ବରାଜ୍ୟେ ସ୍ବତନ୍ତ୍ର,

ଚାଲିଛି ସ୍ବାର୍ଥର ମନ୍ତ୍ର

              ଏ କି ଗଣତନ୍ତ୍ର?

ଏକତା ଭୁଷୁଡି ପଡି

             ବ୍ୟାପୁଛି ହିଂସ୍ରତା,

ଧୈର୍ଯ୍ୟ ଭରସା ବିଶ୍ଵାସେ

             ନାହିଁ ତ ଦୃଢତା।

ଛନ୍ଦ ମନ୍ଦ କୂଟନୀତି

             କରେ ବାଟବଣା,

ଆତ୍ମସ୍ବାର୍ଥେ ମନୋବୃତ୍ତି

           ଚାଲେ ପ୍ରତାରଣା।

ନେତା ଜନତା ସଂପର୍କେ

            ଦେବାନେବା ସନ୍ଧି,

ସମୂହ କଲ୍ୟାଣ ପାଇଁ

            ଆସେନା ସୁବୁଦ୍ଧି।

ଗଣତନ୍ତ୍ର ସଂଜ୍ଞା ହଜି

               ହୁଏ ଜଣତନ୍ତ୍ର,

ନିଜେ ବଞ୍ଚି ନିଜ ପାଇଁ

             ପାଲଟଇ ଯନ୍ତ୍ର।

ରକ୍ଷକ ହୁଏ ଭକ୍ଷକ

            ସ୍ବେଚ୍ଛାଚାର ନୀତି,

ନିଷ୍ଠା ଆଦର୍ଶ ଚରିତ୍ର

             ପାଏନା ସ୍ଵୀକୃତି।

ପରସ୍ପରେ ଦୋଷାରୋପ

              କରିବା ପ୍ରବୃତ୍ତି,

ଦିନୁଦିନ ବୃଦ୍ଧି ପାଏ 

             ବଦଳେ ପ୍ରକୃତି।

ହସଖୁସି ସୁଖଶାନ୍ତି

           ହୋଇ ଆସେ ଊଣା,

ନିଜର ଭୁଲ୍ ନିଜକୁ

            ପଡ଼େ ନାହିଁ ଜଣା।

ଗଣତନ୍ତ୍ର କାନ୍ଦେ ଆଜି

             ହୋଇ ନିରୁପାୟ,

ଦୁଃଖେ ହୁଏ ମ୍ରିୟମାଣ

              କ୍ଷତାକ୍ତ ହୃଦୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action