STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Classics

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Classics

ମୋ ଭାଇ ହୃଦୟ ରାଜା

ମୋ ଭାଇ ହୃଦୟ ରାଜା

1 min
323


ମୋ ଭାଇ ହୃଦୟ ରାଜା

  ସାମ୍ରାଜ୍ୟ ତା ଭାବର ମୌଜା,

       ସୁନ୍ଦର ବର୍ଣ୍ଣାଢ୍ୟରେ ସଜା

          ମୁଁ ତାର ଅନନ୍ୟ ପରଜା।

ଭାଇ ଭଉଣୀ ଖୁସି ମଜା

  ମିଠା ମିଠା ଯେମିତି ଖଜା,

      ସଂପର୍କର ବିଜୟ ଧ୍ବଜା

       ଗର୍ବ ଗୌରବେ ଅଛି ତେଜା।

ଆମେ ଦୁହେଁ ଭାଇ ଭଉଣୀ

   ସଂସାରେ ଜୀବନ୍ତ କାହାଣୀ,

       ଭାଇ ମୋର ମଉଡମଣି

         କହେ ସଦା ଅମୃତବାଣୀ।

ହାତେ ତାର ବାନ୍ଧି ମୁଁ ରାକ୍ଷୀ

    ସ୍ନେହ ଶ୍ରଦ୍ଧା ଯାଇଛି ଶିଖି,

      ମୋ ଲାଗି ଶୁଭ ତାର ଆଖି

         ଭଲ ବାଟେ ନିଅଇ ଦେଖି।

ମୋ ସୁରକ୍ଷାର ସେ କବଚ

   ସଫଳତା ପାଇଁ ପାହାଚ,

      ଭରସା ବିଶ୍ଵାସର ମଞ୍ଚ

         ମୋ ସମ୍ମାନ କରଇ ଉଚ୍ଚ।

ଭାଇ ମୋ କୃଷ୍ଣ ମୁ ତା' କୃଷ୍ଣା

  ତା ଲାଗି ରହେନା ମୋ ତୃଷ୍ଣା,

     କରିବାକୁ ମୋତେ ସଂପୂର୍ଣ୍ଣା

        କରେ କେତେ ଶ୍ରମ ସାଧନା।

ଏ ରାକ୍ଷୀ ବୁଝାଏ ତା ତତ୍ତ୍ଵ

   ଜୀବନେ ରଖିବି ତା ସତ୍ତ୍ଵ,

     ସାର୍ଥକ କରିବାକୁ ମହତ୍ତ୍ଵ   

         ନିଷ୍ଠା ବ୍ରତ ପାଳବି ନିତ୍ୟ।

ଭାଇ ମୋର ଜଗା କାଳିଆ

  କିଏ ସେ ହେବ ତା' ଭଳିଆ ?

   ମୋ ଲାଗି ସେ ବାହୁ ବଳିଆ

        କରେ ମୋର ସବୁ ବଢିଆ।

ଭାଇ ମୋ ହୃଦୟ ରାଜା

  ତା' ସୁନାମେ ବଜାଏ ବାଜା,

    କଲ୍ୟାଣେ ତାର କରେ ପୂଜା

       ବର ଦେବେ ମା' ଦଶଭୁଜା।

     

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract