STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Action

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Action

ମୋ ଭଉଣୀ ସ୍ବର୍ଗର ରାଣୀ

ମୋ ଭଉଣୀ ସ୍ବର୍ଗର ରାଣୀ

1 min
205


ଗୋଟିଏ ବୃନ୍ତର ଦୁଇଟି ଫୁଲ

        ଜଣେ ଜଣକ ପାଖରେ ଅତୁଲ,

ଫୁଟି ଦିଶଇ ଡଉଲଡାଉଲ

       ସଂସାର କାନନେ ଦୁହେଁ ଅମୂଲ।


ବାପାମାଆ କୋଳେ ହୋଇ ଜନମ

          ପରିବାରର ବଢାନ୍ତି ସୁନାମ,

ସେ ସଂପର୍କ ଅସୀମ

        ନାହିଁ ଆଉ କିଛି ତାହାରି ସମ।


ଭାଇ ଭଉଣୀ ପରିଚୟେ ଗଣା

        କେହି କାହାଠାରୁ ନୁହଁନ୍ତି ଊଣା,

ହୃଦୟ ତନ୍ତ୍ରୀରେ ବାଜେ ବାଜଣା

     ସାତ ସୁରେ ଲାଗେ ଗୋଟିଏ ବୀଣା।


ହୃଦୟ ସାଥେ ହୃଦୟର ଛନ୍ଦା

       ସେନେହ ଶରଧା ଡୋରେ ବନ୍ଧା,

ପବିତ୍ର ଆତ୍ମାର ସଂଯୋଗେ ସଦା

       ଲାଗେ ଯଥା ଏ ବସୁଧାର ସୁଧା।


ଭାଇ ଭଉଣୀର ଘନିଷ୍ଠ ଭାବ

         ହୃଦୟେ କରି ହୁଏ ଅନୁଭବ,

ଲାଗେ ଏ ଭବେ ପ୍ରକୃତ ବିଭବ

     ଆସେ ନାହିଁ କେବେ ମନେ ଅଭାବ।


ଭାଇ ହାତେ ଭଉଣୀ ବାନ୍ଧେ ରାକ୍ଷୀ

         ଭଲ ପାଇବାର ମହତ୍ଵ ରଖି,

ଅନାବିଳ ଏ ସଂପର୍କକୁ ଦେଖି

     ଇତିହାସ ରହେ ସଂସାରେ ସାକ୍ଷୀ।


ଜଗନ୍ନାଥ ବଳଭଦ୍ର ସୁଭଦ୍ରା

        ଆମ ସଂସ୍କୃତିର ଚଳନ୍ତି ଧାରା,

ବୁଝାଇ ଦିଏ ଏଇ ପରମ୍ପରା

        ମଧୁର ସଂପର୍କେ ରହିଛି ଧରା।


ଭାଇ ଲାଗି ଭଉଣୀଟିଏ ରାଣୀ

      ଏ ମାଟିର ସ୍ବର୍ଗେ ସେ ସୁଲକ୍ଷଣୀ,

ନୀତି ଆଦର୍ଶକୁ ଭାଇ ତା ଜାଣି

   କହେ "ମୋ ଭଉଣୀ ସ୍ବର୍ଗର ରାଣୀ"।


   


        


         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract