STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Inspirational

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Inspirational

ରାକ୍ଷୀ

ରାକ୍ଷୀ

1 min
223

ନିର୍ଜୀବ ସୂତା ଖିଅଟିକୁ

ସୁନ୍ଦର ଭାବେ ସଜାଇ ଦେଲେ

କରି ନା ନା ପରିପାଟିର ଆକୃତି

ତାର ବିନ୍ୟାସରେ ରଙ୍ଗ ସବୁ

ଆଖି ଆଗେ ଉଠେ ଚହଟି

କହୁଥାଏ ନୀରବରେ ମନର ଭାଷା

ସେ ବାନ୍ଧିପାରେ ସଂପର୍କକୁ

ପବିତ୍ରତାର ମହକ ଦେଇ

ଭଲ ପାଇବାର ଦୃଢତାକୁ ନେଇ

ଭାଇ ଭଉଣୀ ହୃଦୟରେ

ସତେଜ ହୋଇ ଉଠେ 

ଅତୀତର ଯେତେ ବିଗତ ସ୍ମୃତି

ମାଆ କୋଳରୁ ଅଗଣା ଦାଣ୍ଡଦୁଆର

ବାଲିର ସେ ମିଛି ମିଛି

ଭାତ ତୁଣ ରାନ୍ଧିବାର ଅର୍ଥହୀନ ଖେଳ

ଭୁଲ୍ ବୁଝାମଣାର ଲମ୍ଵା କାନ୍ଦଣା ସ୍ବର

ଅଝଟପଣର ରାଗ ରୋଷ

ତା ଭିତରେ ଏକ ଅତୁଟ ବନ୍ଧନ

ପରସ୍ପର ସାଥେ ଜୀବନ ଦିଆନିଆ

ଗୋଟିଏ ପଣତ ତଳର

ସେ ସ୍ନେହ ମମତାର ଅଭୁଲା ବାତ୍ସଲ୍ୟ

ମାଆ ବାପାର ସ୍ବପ୍ନଭରା ଆଖି

ଆଶା ଆକାଂକ୍ଷାର ସେଇ ଭବିଷ୍ୟତ

ଆଜି ସମୟ ଦୂରେଇ ଦେଇଛି

ଉଭୟ ଭାଇ ଭଉଣୀଙ୍କୁ

ଅଲଗା ଅଲଗା ସଂସାର ବାନ୍ଧିବାକୁ

ସେ ସବୁକୁ ସାଉଁଟି ନେଇ ସାଥୀରେ

ରାକ୍ଷୀ ଆସେ ହୃଦୟର ଡାକରାରେ

ଏକ ଅପୂର୍ବ ମିଳନକୁ ସ୍ବାଗତ କରି 

ଭାଇର ଦାୟିତ୍ବ କର୍ତ୍ତବ୍ୟ ସବୁ

ମନେ ପକାଇ ଦିଏ ଚେତନାରେ

ଭଉଣୀର ଶୁଭକାମନା ଭାଇ ପ୍ରତି

ଆତ୍ମୀୟତାର ନିଛକ ଅନ୍ତସ୍ବର

ସବୁ କିଛିର ପ୍ରତୀକ ରୂପେ 

ପ୍ରତିନିଧି ସାଜି ଆସେ ଘରକୁ ହସାଇ

ଆନନ୍ଦର ମାହୋଲ ହୁଏ ଉଲ୍ଲସିତ

ନିଆରା ମୁହୂର୍ତ୍ତଗୁଡିକୁ ସଂଯୋଗ କରି

ଭରି ଦିଏ ଶାନ୍ତି ତୃପ୍ତି ସନ୍ତୋଷ

କହୁଥାଏ ନିଶବ୍ଦରେ ଅନ୍ତର ଖୋଲି

ଥିଲେ ବି ଯିଏ ଯେତେ ଦୂରେ

ଭାଇ ଭଉଣୀର ସଂପର୍କ ଅତି ନିକଟତର

ତାର ସ୍ଥାନ କେବଳ ଗୋଟିଏ ମାତ୍ର

କୋମଳ ହୃଦୟର କେନ୍ଦ୍ରସ୍ଥଳ।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract