STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy Classics

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy Classics

ଏତେ ସପନକୁ ରାତି କାହିଁ

ଏତେ ସପନକୁ ରାତି କାହିଁ

1 min
236


ରାତି ସରି ଯାଏ ତା ସମୟ ନେଇ

ସପନ ସରେନା ଅଧାରେ ଯାଏ ଭାଙ୍ଗି,

ବାସି ଶେଜରୁ ଉଠିଲା ବେଳକୁ

ବଦଳି ଯାଇଥାଏ ସବୁ ଅଙ୍ଗ ଭଙ୍ଗୀ।


ଶୋଇବା ଆଗରୁ ଆଖିରେ ଆଖିଏ 

ଅସୁମାରୀ ମିଠା ସପନ ନେଇ,

କୋମଳ ବିଛଣା ପାରିଥାଏ

ସବୁ ଦେଖିବାକୁ ବାଉଳା ହୋଇ।


ଜାଣି ବୁଝି ବି ଜାଣି ନଥାଏ ବୁଝି ନଥାଏ

ସଂସାରଟା ଯେ ଏକ ଦୁଃଖର ନଈ,

ସ୍ରୋତ ତାର ଅତି ପ୍ରଖର ଗତିଶୀଳ

ସବୁ କିଛି ନିଏ ତା' ବନ୍ୟାରେ ଭସେଇ।


ଜୀବନର ଅଗଣାରେ ଅବୋଧ ଶିଶୁ ପରି

ନ ଭାବି ମନ ଖେଳୁଥାଏ ଲୁଚକାଳି,

କେତେବେଳେ ଆସି ଯାଏ ଝଡ଼

ଅଥୟ ହୋଇ ପାରେନା ନିଜକୁ ସମ୍ଭାଳି।


ପ୍ରକୃତିରୁ ଦେଖି ସୁନ୍ଦର ଦୃଶ୍ୟରାଜି

ଆଖିରେ ସଞ୍ଚିଥାଏ ଅସରନ୍ତି ସପନସବୁ,

ବ୍ୟସ୍ତ ବିବ୍ରତ ହୁଏ ଚଳ ଚଞ୍ଚଳତାରେ

ଗୋଟି ଗୋଟି କରି ସବୁ ଦେଖିବାକୁ।


ଚାହେଁ କେତେବେଳେ ମୁକ୍ତ ବିହଙ୍ଗ ସମ

ଉଡ଼ି ଯିବାକୁ ଅନନ୍ତ ଆକାଶର ଶେଷ ସୀମା,

ପୁଣି କେବେ ରୁପେଲି ମାଛଟିଏ ହୋଇ

ସାତ ସମୁଦ୍ରରେ କରିବାକୁ ପରିକ୍ରମା।


କାମନାର ପାହାଡ଼ ହୋଇଯାଏ

ହିମାଳୟଠାରୁ ବି ଆହୁରି ବେଶି ବଡ଼,

ଆଶା ଆକାଂକ୍ଷାର ମୁଣ୍ଡ ଉଠି ଉଠି

ଏଭାରେଷ୍ଟ୍ ଶୃଙ୍ଗକୁ ବି କରେ ଉହାଡ଼।


ଚାହେଁ ପ୍ରାଣ ପ୍ରାଚୁର୍ଯ୍ୟତାରେ ଝଲସିବାକୁ 

ସୂର୍ଯ୍ୟକୁ କରି ତାରା ପରି ମଳିନ,

ଜହ୍ନକୁ ନିନ୍ଦି ପ୍ରିୟା ଖୋଜେ ଅଧିକ ସୁନ୍ଦରୀ

ଐଶ୍ଵର୍ଯ୍ୟର ଅଳଙ୍କାରେ କରିଦେବ ରଙ୍ଗୀନ।


ଆଶା ଭାଷା ନିଶାରେ ନଥାଏ ନିୟନ୍ତ୍ରଣ

ଅଚେତ ନିଦ୍ରାରେ ସପନର ଆଖି ଥାଏ ଚାହିଁ,

ସବୁକୁ ସାକାର କରିବ ଅତି ଆନନ୍ଦେ

ଭାବେ ନାହିଁ ଏତେ ସପନକୁ ରାତି କାହିଁ ।

 


Rate this content
Log in

Similar oriya poem from Tragedy