Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy

4.9  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର-38: ସୁରେନ୍ଦ୍ର ସାଏ

ଓଡ଼ିଆ ଜାତିର ଲଢୁଆ ବୀର-38: ସୁରେନ୍ଦ୍ର ସାଏ

1 min
532



ସମ୍ବଲପୁରର ଖିଣ୍ଡା ଗାଆଁରେ ସୁରେନ୍ଦ୍ର ସାଏଙ୍କ ଘର,

ଅନ୍ୟାୟ ଅନୀତି ବିରୁଦ୍ଧେ ଲଢନ୍ତି କାହାକୁ ନଥାଏ ଡର |


ରାଜାଙ୍କର ଅନ୍ତେ ଉତ୍ତରାଧିକାରୀ ସୁରେନ୍ଦ୍ର ହୋଇବେ ରାଜା,

ବିଦେଶୀ ଆତଙ୍କ ରହିବନି ଆଉ ଭାବି ନେଇଥିଲେ ପ୍ରଜା |


ଚତୁର ଇଂରେଜ ନୀତି ବଦଳାଇ ସୁରେନ୍ଦ୍ରଙ୍କୁ ବନ୍ଦୀ କଲେ,

ବୃଦ୍ଧ ଜମିଦାର ନାରାୟଣ ସିଂହ ସିଂହାସନ ପାଇଗଲେ |


ପୁତ୍ର ମିତ୍ରଭାନୁ ଭାଇ-ବନ୍ଧୁ ସଙ୍ଗେ ସୁରେନ୍ଦ୍ର ଚାଲିଲେ ବଣ,

ବାର ପାହାଡ଼ର ସୁଡ଼ଙ୍ଗ ଭିତରେ ଲଢିବାକୁ କଲେ ପଣ |


କନ୍ଧ-କୋହ୍ଲ ପ୍ରଜା ତାଲିମ ପାଇଲେ କରିବେ ଗରିଲା ରଣ,

ସୁରେନ୍ଦ୍ର ସାଏଙ୍କୁ ରାଜା ମାନିନେଲେ ଗଣ୍ଡ ଜମିଦାର ଗଣ |


ରାମପୁର ଗ୍ରାମ ମୁଖିଆ ଥିଲେ ଯେ ଅତ୍ୟାଚାରୀ ଜମିଦାର,

ପିତା ସଙ୍ଗେ ତାଙ୍କ ପୁତ୍ରକୁ ମାରିଲେ ଦୁର୍ଗକଲେ ଛାରଖାର |


ସୁରେନ୍ଦ୍ର ସହିତ ବିଦ୍ରୋହୀ ଉଦନ୍ତ ଲଢୁଥିଲେ ବାରମ୍ବାର,

ବନ୍ଦୀ ହୋଇଗଲେ ହଜାରିବାଗକୁ କେବେ ପୁଣି ନାଗପୁର |


ଆସିରଗଡ଼ରେ ସଂଗ୍ରାମୀ ସୁରେନ୍ଦ୍ର ହରାଇଲେ ପଛେ ପ୍ରାଣ,

ଗୋଲାମୀ ଶାସକ ନିକଟରେ ମୁଣ୍ଡ ନୁଇଁଲେନି କେଉଁଦିନ |


ସିପାହୀ ବିଦ୍ରୋହ ଅନେକ ଆଗରୁ ଲଢି ବଣ ମୂଲକରେ,

ପ୍ରଥମ ସହିଦ ହୋଇଲେ ସୁରେନ୍ଦ୍ର ପଶ୍ଚିମ ଓଡ଼ିଶାରେ |


Rate this content
Log in

Similar oriya poem from Tragedy