Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

KRUTIBAS NAYAK

Tragedy

3  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର-40: ଅଭୁଲା କାହାଣୀ

ଓଡ଼ିଆ ଜାତିର ଲଢୁଆ ବୀର-40: ଅଭୁଲା କାହାଣୀ

1 min
260


ଯୁଗେ ଯୁଗେ କଳା ସଂସ୍କୃତି ପୂଜାରୀ ସମ୍ମୁଖ ସମରେ ଆଗୁଆ,

ଅନ୍ୟାୟ ଅନୀତି ବିରୁଦ୍ଧେ ଲଢିଛି ଦେଖାଇ ସାହସ ଓଡ଼ିଆ |


ଇତିହାସ ତା’ର ଅତ୍ୟନ୍ତ ଉଜ୍ଜଳ ସ୍ଵର୍ଣ୍ଣାକ୍ଷରେ ଲେଖା ହୋଇଛି,

ବିଦେଶୀ ଶତ୍ରୁକୁ ବଳେ କୌଶଳେ ଗରିଲା ଯୁଦ୍ଧରେ ଜିତିଛି |


ପ୍ରାଣଦେବା ପାଇଁ ପଛଘୁଞ୍ଚା ନାହିଁ ମାଟି-ମାଆ ଡାକ ଶୁଣିଛି,

ସବୁ ଧର୍ମ ଜାତି ବିପ୍ଳବୀ ରୁଧିର ଭାରତ ମାଟିରେ ବୁଣିଛି |


ପାଇକ ବିଦ୍ରୋହ ପ୍ରଜାମେଳି ପୁଣି ପ୍ରଥମ ସ୍ଵରାଜ ସଂଗ୍ରାମ,

ଦୁଇଶ’ ବରଷ ତଳେ ଓଡ଼ିଶାରେ ବିପ୍ଲବ ଥିଲା ଚରମ |


ଅସଂଖ୍ୟ ସଂଗ୍ରାମୀ ସହିଦ ହୋଇଲେ ତାଙ୍କ ପରିଚୟ ମିଳେନାହିଁ,

କେତେ କଳାପାଣି ଦେଶାନ୍ତର ହେଲେ କାରାଗାରେ ହଜିଗଲେ କାହିଁ |


ବଣ-ପାହାଡ଼ରୁ ହୁଙ୍କାର ଛାଡ଼ି କେ ଗରିଲା ଯୁଦ୍ଧରେ ଲାଗିରହି,

ବିଦେଶୀ ଶାସକ ମେରୁଦଣ୍ଡକୁ ଦେଇଥିଲେ ଦିନେ ଦୋହଲାଇ |


ଧନୁ-ତୀର ବର୍ଚ୍ଛା ବନ୍ଧୁକ ଆଗରେ ହାରିଗଲା ସିନା କେତେଥର,

ସାହସୀ ସଂଗ୍ରାମୀ ମଥା ନ ନୂଆଇଁ ଯୁଦ୍ଧ କରୁଥିଲେ ବରାବର |


ମହାତ୍ମା ଗାନ୍ଧୀଙ୍କ ଡାକରାରେ ପୁଣି ମାତିଥିଲେ କେତେ ସଂଗ୍ରାମୀ,

ଗୁଳିରେ ଟଳିବା ଫାଶୀ ପାଇବାରେ ବିପ୍ଳବୀ ଓଡ଼ିଆ ଅଗ୍ରଣୀ |


ସ୍ଵରାଜ ସଂଗ୍ରାମେ ସହିଦ ହୋଇଲେ ବୀରଶିଶୁ ବାଜି ରାଉତ,

କିଶୋର ବିଜୁଳି ବୃଦ୍ଧ ଗଡ଼ତିଆ ବୃଦ୍ଧା ଗୁରୁବାରୀ ସହିତ |


ସ୍ଵାଧୀନତା ପଥେ ଓଡ଼ିଆ ଜାତିର ତ୍ୟାଗ ବଳିଦାନ କାହାଣୀ,

ଭୁଲିବନି ଦେଶ ଭୁଲିବାନି ଆମେ ଓଡ଼ିଶାର ଭାଇ ଭଉଣୀ |



Rate this content
Log in