Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy Classics

3  

KRUTIBAS NAYAK

Tragedy Classics

ଓଡ଼ିଆ ଜାତିର ଲଢୁଆ ବୀର-39 ସୋର ବିପ୍ଲବ

ଓଡ଼ିଆ ଜାତିର ଲଢୁଆ ବୀର-39 ସୋର ବିପ୍ଲବ

1 min
218



ସୋର ଅଞ୍ଚଳରେ ମାତିଲେ ବିପ୍ଳବୀ ଆନ୍ଦୋଳନ ଦେଲେ ତେଜି,

ଥାନା କଚେରୀକୁ ପୋଡ଼ିଲେ ସଂଗ୍ରାମୀ ଲଗାଇ ଜୀବନ ବାଜି |


ତୁଡ଼ି ଗଡ଼ିଆକୁ ଲଗାଇ ଖଇରା ସ୍ଵାଧୀନ ଘୋଷଣା ହେଲା,

ସ୍ଵରାଜ ଶାସନ ଚାଲିବ ଏଇଠି ନୂଆ କଚେରୀ ବସିଲା |


ପୁଲିସ ସର୍ଜେଣ୍ଟ ମେଜର ଆସିଲେ ସାଥେ ପୁଲିସ ବାହିନୀ,

ନେତା ରାଉତଙ୍କୁ ବଞ୍ଚାଇବା ପାଇଁ ଗୁଳି ଖାଇଲେ ମାଗୁଣି |


ଚାରିଦିନ ପରେ ରାଉତଙ୍କ ଘରେ ପୁଲିସ କଲେ ପ୍ରହାର,

ଘେରିଗଲେ ଲୋକେ ଖଇରା ଡିହରେ ବନ୍ଧୁକ ହେଲା ତିଆର |


ବଧି ଗ୍ରାମ ନେତା ରଘୁଆ ବେହେରା ଦେଖାଇଲେ ବୀରପଣ,

ବଡ଼ ପୋଖରୀ ଗାଁ’ ମକରା ଲେଙ୍କାର ମନଥିଲା ଭାରିଟାଣ |


ଆଗେଥିଲେ ଯିଏ ହୋଇଲେ ଆହତ ପୁଲିସର ଗୁଳିଖାଇ,

ରଘୁଆ ମକରା ସହିଦ ହୋଇଲେ ସ୍ଵରାଜ ଆଣିବା ପାଇଁ |


ତୁଡ଼ି ଗଡ଼ିଆକୁ ଫେରିଲେ ପୁଲିସ ସହିଦଙ୍କ ଶବନେଇ,

ହଜାର ହଜାର ଜନତା ଧାଇଁଲେ ସେହି ଶବ ନେବାପାଇଁ |


ଜନତାଙ୍କୁ ଦେଖି ଡରିଲେ ପୁଲିସ ବାବୁ ରସିକ ମୋହନ,

ଆଖିବୁଜା ଗୁଳି ଚଳାଇଲେ ପୁଣି କେଳୁ ସାହୁ ଦେଲେପ୍ରାଣ |


ତିନି ସହିଦଙ୍କ ଶବକୁ ପୁଲିସ ବାଲେଶ୍ଵର ନେଇଗଲେ,

ବନ୍ଦୀକରି ନେଇ ପୁଲିସ ନେତାଙ୍କୁ ବିପ୍ଳବ ଦମନ କଲେ |

000


Rate this content
Log in