STORYMIRROR

Dr. Pratap Kumar Swain

Tragedy

4  

Dr. Pratap Kumar Swain

Tragedy

କବିର ଦୁଃଖ (ଚତୁର୍ଥ ଭାଗ)

କବିର ଦୁଃଖ (ଚତୁର୍ଥ ଭାଗ)

2 mins
399


କବିର ସଂସାର ଚାଲେ ସୁଖେ ଦୁଃଖେ

ସେ କଥା କିଏ ବା ଜାଣେ

ଯେତେ ଲେଖିଲେ ବି ଲହୁ ଲୁହ ଦେଇ

ପାଠକ ବୁଝେନି ଜଣେ।


ପଢିବାକୁ ଆଉ ଧୈର୍ଯ୍ଯନାର୍ହିଁ କାର

ଇଣ୍ଟରନେଟ୍ କଲା ବାଇ

ବହି ଗୁଡା ଏଠି ବିକ୍ରି ନହୋଇ

ପଡି ରହିଥାଏ ଭାଇ।


କବି ବିଚରା ପ୍ରକାଶକ ପଛେ

ପଡିଥାଏ ଛାପିବାକୁ

ଛାପିଲେ କିହେବ ପାଠକବୃନ୍ଦ

ପଢନ୍ତି ନାହିଁ ତାହାକୁ।


ଚାଷ ଜମି ଏଠି କିଣା ବିକାହୁଏ

ମୁଣ୍ଡ ଗୁଞ୍ଚିବାର ପାଇଁ

କବିର ଲେଖାକୁ କିଏବା ପଢିବ

ସେ ବହି ରଖିବ କାହିଁ ।


ସମୟଟା ଏଠି ବନ୍ଧାପଡିଛି

ଘଣ୍ଟା ମଧ୍ୟରେ ଭାଇ

କବିତା ପଢିବା ସେଥିପାଇଁ ଏବେ

ସମ୍ଭବ ହେଉନାହିଁ ।


କେତେ ଦିବସ ଯେ ପାଳନ ହୁଅଇ

କବି ଖାଲି ଲେଖି ମରେ

କବିପାଇଁ ଏଠି ଗୋଟିଏ ଦିବସ

ପାଳନ ହୁଏନି ଭଲେ।


ଥରେ ଯେଉଁ କବି ପୁରସ୍କୃତ ହୁଏ

ତା କବିତା ପଢାହୁଏ

ନୂତନ ଲେଖାଟି ଯେତେ ଭଲ ହେଲେ

ତା' ମୂଲ ବୁଝିବ କିଏ।


କବି ପାଉଥାଏ ଉତ୍ତରୀୟ ଖଣ୍ତେ

ତାସାଙ୍ଗକୁ କିଛି ଅର୍ଥ

ଚିତ୍ରତାରକା ପାଉ ଥାଏ ଏଠି

ଅଜସ୍ର ଧନଦୌଲତ।


କବି ରହୁଥାଏ ଭଙ୍ଗାଘରେ ସିନା

ମନ ତା ଭାଙ୍ଗେନି କେବେ

ସଂସାର ର ହିତ ପାଇଁ ଲେଖୁଥାଏ

ଥକି ପଡେନାହିଁ କେବେ ।


କବି ଆଙ୍କିଚାଲେ ଦୁଃଖ କଷଣ 

ନିର୍ଯ୍ଯାତନାର ଛବି

ପଛକୁ ଚାହେଁନି ଆସୁ ପଛେ ଝଡ

ଯାଉ ତାର ନୌକା ଡୁବି।


କେବେଲେଖେ ସିଏ ଭଗିଆ ସାରିଆ

ନୀଳ ମାଷ୍ଟ୍ରାଣୀ କଥା

କେବେ ଲେଖେ ସିଏ ଡାକ ମୁନ୍ସୀ ଓ

ଦରଦୀ ପ୍ରେମିକ କଥା।


କେବେ ଲେଖେ ସିଏ ପ୍ରକୃତି ବିଭବ

କେବେ ଲେଖେ ବୀର ଗାଥା

କେବେ ଲେଖେ ସିଏ କୃଷକ ଟେ ପାଇଁ 

ଯେହେତୁ ସେ ଅନ୍ନଦାତା।


କବି ହୃଦୟରେ ସମ୍ବିଧାନର

ସବୁଧାରା ଅଛି ରହି

ସେଥିପାଇଁ କବି ଲେଖନୀକୁ କେବେ

ଫୁରୁସତ୍ ମିଳେନାହିଁ ।


ଯେତେ ଲେଖିଲେ ବି ସରିବିନି କେବେ

କବିର ଅମାପ ଦୁଃଖ

ସେଥିପାଇଁ ପାଇଁ ମୋର ପାଠକ ବନ୍ଧୁହେ

କବି ଲେଖାଟିକୁ ଦେଖ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy