STORYMIRROR

Dr. Pratap Kumar Swain

Inspirational

3  

Dr. Pratap Kumar Swain

Inspirational

ନାରୀ

ନାରୀ

1 min
145


ଭଗବାନଙ୍କର ବିଚିତ୍ର ସୃଷ୍ଟି ସେ

ସେ ସର୍ବସଂହା ସୃଷ୍ଟିର ସ୍ରଷ୍ଟା।

ସେ ଜନନୀ, ଭଗିନୀ ଓ ଜାୟା

ପ୍ରତିଦିନ ସୃଷ୍ଟି କରେ ସେ

ଅସୁମାରୀ ଫୁଲ।

ଯଦିଓ ସେ ଜାଣେ ଏ ସବୁ ମାୟା।

କେଉଁ ଏକ ଅଦୃଶ୍ୟ ନିର୍ଦେଶେ

ସବୁତକ ଦୁଃଖକୁ ଆପଣେଇ ନେଇ

ବାଣ୍ଟି ଚାଲେ ଖୁସି ପୁଣି ସବୁରି ଭିତରେ।

ବାପ ଘରେ ସ୍ବାଧୀନ ଭାବରେ

ଉଡୁଥିବା ବିହଙ୍ଗମ ସେ

ନିୟତିର ନିଷ୍ଠୁର ନିର୍ଦେଶେ

ହାତଛନ୍ଦେ ଅଜଣା ସାଥିରେ।

ଅଜଣା ଅଶୁଣା ସବୁକୁ ଆପଣେଇ ନେଇ

ସେ ସାଜେ ଝିଅରୁ ବୋହୂ।

ସମସ୍ତ ଅଳି ଅର୍ଦ୍ଦଳି ତା ସାଙ୍ଗକୁ

ଶାଶୁଘରେ ଆବଦ୍ଧ ପିଞରୀ

ଏଠି ହସିଲେ ବି ଦୋଷ କାନ୍ଦିଲେ ବି ଦୋଷ

କେବଳ ସ୍ବାମୀର ମୁହଁକୁ ଚାହିଁ

ଦୁଃଖ ସବୁ ଯାଏ ସେ ପାଷୋରି।

ତା ପରେ ସମୟ ସୁଅରେ ସାଜେ ସେ ଜନନୀ

ଅଣ୍ଟା ଭିଡି ପାଳି ଚାଲେ ସନ୍ତାନକୁ ତାର

ଜୀବନର ଲୁହ ଲହୁ ଢାଳି କିଛି ସେ ଭାବେନି।

ପ୍ରତିଦିନ ନାରୀ ନିର୍ଯ୍ଯାତନା ଯେତେ ସବୁଘଟେ

ସବୁ ଜାଣି ନୀରବରେ ଗୁମୁରି କାନ୍ଦେ ସେ।

ସେ ତିଆରି ଥିବା ପୁରୁଷର ଅସୁର ପ୍ରକୃତି ଦେଖି

ମନ ତାର ବିଦ୍ରୋହର ଘୋଷଣା କଲେବି।

କେଜାଣି କାହିଁକି ସେ ସଞ୍ଜ ହେଲେ

ସଞ୍ଜବତୀ ଦେଇ ପୁତ୍ର କାମନା କରେ ସେ

କାଳେ ତା ପୁତ୍ର ଦୁଃଶାସନ ନ ହୋଇ

ଯୁଧିଷ୍ଠିର ହେବ।

ଉଜୁଡା ସମାଜକୁ ସଜାଡି ତା ଆଖିରେ

ଆନନ୍ଦର ଅଶ୍ରୁ ଭରିଦେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational