STORYMIRROR

Dr. Pratap Kumar Swain

Inspirational

3  

Dr. Pratap Kumar Swain

Inspirational

ନୂଆ ବରଷ

ନୂଆ ବରଷ

1 min
220

ଏମିତି ବର୍ଷକ ପରେ ପ୍ରତି ବର୍ଷ

ନୂଆ ହୋଇ ଆସେ

ନୂଆ ବରଷର ନାଆଁ ନେଇ।

ସମସ୍ତେ ମସଗୁଲ ହୁଅନ୍ତି

ମନେ କେତେ ଆଶା ଓ ସ୍ବପ୍ନ କୁ

ସାର୍ଥକ କରିବାର ସଂକଳ୍ପ ନେଇ।

ପୁରୁଣା ରାଗରୁଷା ଅଭିମାନକୁ

ଭୁଲିବାକୁ ଆୟୋଜନ  ହୁଏ

ବନ୍ଧୁମିଳନର ପର୍ବ

ଛିଡିଲା ସଂପର୍କ କୁ

ମଜବୁତ୍ କରିବା ପାଇଁ ।

ପିଆଲା ରେ ସୁରା ଆଉ

ଥାଳିରେ ନିରୀହ ପଶୁର

ମାଂସ ର ଝୋଳ

ସଂପର୍କ ସଜାଡିବାରେ ଆତ୍ମବଳି ଦିଏ।

କିନ୍ତୁ ହାଏ ପୁଣି କିଛିଦିନ ପରେ

ତାଳି ପକା ସଂପର୍କ ଟା ଚିରିଯାଏ

ସାନଭାଇ ସାତ ସିଆଁ ଜାମାପରି।

ଆତ୍ମବଳି ଦେଇଥିବା

ପଶୁର ଆତ୍ମା ଟି ତାଛଲ୍ଯ କରି

କହୁଥାଏ ହାଏରେ ମଣିଷ।

ଆଧୁନିକ ଖୋଳପାଟା

ତଳିପାରୁ ତାଳୁ ଯାଏ ଗିଳିଲାଣି ତୋତେ

ତଥାପି ତୁ ହସୁଅଛୁ ନିର୍ବୋଧ ଙ୍କ ପରି।

 ଏବେବି ସମୟ ଅଛି

ନିଜକୁ ସୁଧାରିବା ପାଇଁ

ନିଜର ଇଛାଶକ୍ତି କୁ ଜାଗ୍ରତ କରି

ନୂତନ ବର୍ଷ ରେ ନେ ନୂତନ ଶପଥ।

ନିରୀହ ପଶୁପକ୍ଷୀ ଙ୍କୁ 

ଜୀବନୁ ନ ମାରି

ବଞ୍ଚିବାକୁ ଦେଖାଇବା ପଥ।

ପ୍ରକୃତି ର ସବୁଜିମା ଫେରାଇ ଆଣି

ତାକୋଳରେ ବିତାଇବା ସୁଖରେ ଜୀବନ।

ନୂଆ ଆଶା ନୂଆ ସଂକଳ୍ପ

ପୁଣିଥରେ ପୃଥିବୀକୁ କରିବ ସରସ

ସମଗ୍ର ବସୁଧା ହେବ ଗୋଟିଏ କୁଟୁମ୍ବ

ହସି ଖେଳି ଗାଉଥିବ ସବୁରି ପରାଣ।


Rate this content
Log in

Similar oriya poem from Inspirational