STORYMIRROR

Dr. Pratap Kumar Swain

Classics

3  

Dr. Pratap Kumar Swain

Classics

ଲେଖନୀ

ଲେଖନୀ

2 mins
274

କବିର ମୁଁ ଆଶା ଓ ଭରସା

ମୋତେ ଧରି ଅହରହ ଲେଖେ

ପୁଣି କେତେ ଯେ କବିତା।

ମୁଁ ବୁଝେନି କିଛି

ମୋତେ କିନ୍ତୁ କରିବାକୁ ହେବ

ମୋର କାମ

କବି ହାତେ ଜୀଇଁବାର ସୁଖ

ମିଳିବ କି ମୋତେ

ଦୋକାନୀର ଥାକପରେ ରହି

ବିତାଇଲେ ବନ୍ଦୀର ଜୀବନ।

ଉତ୍ପାଦନ ହେବା ପରେ ମୁଁ

ଚାହିଁ ଥାଏ କବିର ବାଟକୁ

ମୋ ପାଇଁ ସେ ରାମଚନ୍ଦ୍ର

ଉଦ୍ଧାରିବ ଦେଇ ମୃଦୁ ସ୍ପର୍ଶ।

ଲେଖି ଚାଲିଥିବ କବି

ପ୍ରକୃତିର ଦୁଃଖ ଓ କଷଣ

ଅଭିମାନୀ ବସନ୍ତ ର କରୁଣ କ୍ରନ୍ଦନ

ନିଦାଘର ନିର୍ବାସନ ଏ ଧରଣୀ ବକ୍ଷୁ।

ଶରତ ହେମନ୍ତ ଆଉ ଶୀତର ଆସର

ସତେ ଆଜି ଲାଗେ ଦିବାସ୍ବପ୍ନ ।

ସବୁ କିଛି ଲେଖିଲେ ବି କବି

ମୋ ଛଡା ବୁଝେ ନାହିଁ କେହି।

ଅହରହ ଜଳୁଛି ସମାଜ ଏ ମଣିଷ ପାଇଁ

ଯେତେ କବି ଲେଖିଲେ କିହେବ

ମଣିଷ ଟା ସୁଧାରିବା ନାମ ନେଉନାହିଁ ।

ସବୁକିଛି ଦେଖି ସାଜେ ନୀରବ ଦର୍ଶକ

କେବେ ପୁଣି କାମନାର ଅଗ୍ନିରେ

ଜାଳିଦିଏ ନିରୀହା କଳୀଙ୍କୁ।

ମୁଁ ଥାଇ କବିର ହାତରେ

ପରଖେ ମୁଁ କବିର ଲେଖାକୁ

ଲେଖି ଚାଲେ ଶୋଷଣ ଓ କଷଣ ବିରୁଦ୍ଧେ

ଯାହା କେବେ କମିବାର ପ୍ରଶ୍ନ ଉଠୁନାହଁ ।

ଦୂର ଘଞ୍ଚ ବୁଦାମୂଳେ କୁଆଁ ସ୍ବର

ଶୁଣି କବି ହୁଅଇ ଅସ୍ଥିର

ବିଳପିତ ପ୍ରାଣ ତାର ବଞ୍ଚାଏ ସେ ଶିଶୁର ଜୀବନ

କିନ୍ତୁ ହାଏ କେମିତି କାଟିବ ସେ ବାକି ଦିନ

ନେଇ ପୁଣି କଳଙ୍କ ର ଚିହ୍ନ ।

ଆଧୁନିକ ସମାଜରେ ଦୁର୍ନୀତି ର କାୟା

କବି ଯେବେ ଲେଖି ବସେ

ହୁଏ ମୁଁ ଛାନିଆ।

ଶିଳ ଶିଳୁପୁତା ଆଜି ତୁଳା ପ୍ରାୟ ଉଡେ

ନିଆଁ ନଥାଇ ବି ବ୍ଯାପେ ନଭଶ୍ଚୁମ୍ବୀ ନିଆଁ ।

ମୋ ଉପରେ ଆସ୍ଥା ମୋର ତୁଟେ

ତଥାପି ଅତୁଟ ମୁଁ କବିର ହାତରେ

ଅସି ଠାରୁ ମସୀ ଶ୍ରେଷ୍ଠ ବୋଲି

ସମାଜ ଦେଇଛି ନାରା

ବଞ୍ଚି ମୋତେ କହିବାକୁ ହେବ

କବି ଦୁଃଖେ ଆହା ।  


Rate this content
Log in

Similar oriya poem from Classics