STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ପଦେ ପୁରୁଣା ବନ୍ଧୁଙ୍କୁ

ପଦେ ପୁରୁଣା ବନ୍ଧୁଙ୍କୁ

2 mins
262


ବନ୍ଧୁତ୍ୱ ର ପରାକାଷ୍ଠା ଆଦିମ ଯୁଗରୁ

ବନ୍ଧୁତ୍ୱ ପ୍ରେମରେ ହିଁ ପ୍ରେମର ପରିଭାଷା

ପ୍ରତି ଅବତାର ରେ ବନ୍ଧୁତ୍ୱ ର ନିଛକ ନିଦର୍ଶନ

ରାମ ସୁଗ୍ରୀବ,ରାଧା କୃଷ୍ଣ,କୃଷ୍ଣ ଅର୍ଜୁନ

ଦାରିଦ୍ର୍ୟ କଷାଘାତରେ ସୁଦାମା ସହିତ କୃଷ୍ଣଙ୍କ

ବନ୍ଧୁତ୍ୱ ର ମହିମା ରହିଛି ଯୁଗ ଯୁଗ ଧରି।


କର୍ଣ୍ଣ ସହିତ ଦୁର୍ଯୋଧନ ର ବନ୍ଧୁତା

ମହାଭାରତ ଯୁଦ୍ଧରେ ବନ୍ଧୁତ୍ୱ ର ପରାକାଷ୍ଠା

ପୁରାଣ ବର୍ଣ୍ଣିତ କାହାଣୀରେ ବନ୍ଧୁତ୍ୱ ର ଭାବ

ଏ ଜନ ସମାଜରେ ଏବେ ବି ପ୍ରତିଫଳିତ।

   

ମୋ ପିଲାଦିନ ଅନ୍ତରଙ୍ଗ ବନ୍ଧୁ

ପିଲାଦିନ,ପାଠ ପଢା ବୟସରୁ ହିଁ

ବନ୍ଧୁ ଓ ବନ୍ଧୁ ର ସାନ୍ନିଧ୍ୟ

ପୁରୁଣା ମଦ ର ନିଶା ଠୁ ବି ବଳି

ଠିକ୍ ସମୟ ରେ ଦେଖା ନ ହେଲେ

ଖୋଜିବାକୁ ହେଉଥିଲା, ନିଜ ପ୍ରିୟ ବନ୍ଧୁ

ମୋବାଇଲ୍ ତ ନ ଥିଲା, ଡେରି ହେଉଥିଲା

ଏଠି, ସେଠି ନ ହେଲେ ବନ୍ଧୁଙ୍କ ଘର ଲୋକ।


ସେ ପରିବେଶ ଆଉ ନାହିଁ

ଚାଳ କୁ ଚାଳ ଲାଗି ଥିବା ସାହି

ବାତ୍ୟା ପରେ ଅନ୍ୟତ୍ର ବିସ୍ଥାପିତ

ବନ୍ଧୁ ବି ବିସ୍ଥାପିତ ପରି ଖାପ ଛଡ଼ା

ଆଗ ପରି ଖୋଲା ମେଲା ନାହିଁ

ବୋଧେ, ଦୂରରେ ରହିଛି ବୋଲି!


ମନାଇବା କୁ ହେବ,ପଛ କଥା ମିଠା ଥିଲା

ଚିଠି ଦିଆନିଆ ର ମଜା ଆଉ ନାହିଁ

ସତ,ହେଲେ ଆମେ ସେହି ସମୟର

ମନ କଥା ଚିଠିରେ କହି ହେଉଥିଲା

ରାଗ, ଅଭିମାନ ସବୁ ଲିଭି ଯାଉଥିଲା

ଠିକ୍ ଅଛି, ସେହି ପୁରୁଣା ଫର୍ମୁଲା

ନୂଆ ଷ୍ଟାଇଲ, ମୋବାଇଲ୍ ରେ ମେସେଜ୍ !


ମୋ ଇତିହାସ ସୁତ୍ରଧର

ମୋ ଜୀବନ - ନୌକା - ରତ୍ନାକର

ସୁଖ-ଦୁଃଖେ ବିଭୋର-କାତର

ଲଘୁ ଉପଦେଶେ ଚରିତ୍ର ସଂସ୍କାର

ସେଇ ବନ୍ଧୁ, ମୋ ପ୍ରାଣର କେନ୍ଦ୍ରବିନ୍ଦୁ

ଯା' ବିନା ସର୍ବସ୍ବ ଅସାର 


ଯହିଁ ବନ୍ଧୁ, ନାହିଁ ଚିନ୍ତା କୁଟ କପଟତା

ନାହିଁ ହୃଦୟର ବ୍ୟଥା

ନାହିଁ ଗଉରବ ଗାଥା 

ସିଏ ହିଁ ବନ୍ଧୁ, କହେ ଯେ ପ୍ରାଣ ଖୋଲା କଥା

ଭାବ ଦିଆନିଆ ସହ ଭଲ ମନ୍ଦ କଥା।


ବନ୍ଧୁତ୍ୱ ନିକଟେ

ନାହିଁ ଉଚ୍ଚ ନୀଚ,ଜାତି ଭେଦ, ଧନୀ ଓ ଦରିଦ୍ର

ନାହିଁ ହିଂସା, ଇର୍ଷା, ପରଶ୍ରୀକାତର

ସେଇ ବନ୍ଧୁ,

ସାଥୀ ମୋର ଜନମେ ଜନମେ

   କହୁଛି ପଦିଏ, ବନ୍ଧୁତ୍ୱ ଭାଷାରେ

ନ ଶୁଣନ୍ତୁ କାନକୁହା କଥା

ସେଇ ସମାଜର

ପିଠି ପଛେ ନିନ୍ଦଇ ଯେ ଆମ ବନ୍ଧୁତ୍ୱର।


ମିଳିପାରେ ମନଲାଖି ସବୁ

ମାନ ସନମାନ ଆଉ ହୃତ ଗଉରବ

କ୍ଷଣସ୍ଥାୟୀ ଅପଦiର୍ଥ ମାନ

ହେଲେ, ବନ୍ଧୁ ରୁପେ ବନ୍ଧୁ ମିଳେ

ଯେ, ଆହା! କରେ ବିପଦ କାଳରେ

ସାହା ହୁଏ ସାହସର ସହ

ସେ ହିଁ ବନ୍ଧୁ, ଚିର ଋଣୀ ଜନମେ ଜନମେ।


ବନ୍ଧୁ ଙ୍କ ୱାଟସ୍ଆପ୍ ରେ ମେସେଜ

ପୁଣି ଜି ମେଲ୍ ରେ ଲେଟର୍

ଉତ୍ତର ମିଳୁ ବା ନ ମିଳୁ

ବନ୍ଧୁ ଭଳି ଦୁଇ ପଦ ଲେଖି ଜଣାଇଲି

ଯଦି, ବନ୍ଧୁତ୍ୱ ଠିକ୍,ଉତ୍ତର ଦେଇ ନ ପାରିଲେ

ଧାଇଁ ଆସି ଖୋଜିବ , କାହିଁ ମୋର ବନ୍ଧୁ!


ତୁମ ବନ୍ଧୁ ଏବେ ବି ବଞ୍ଚିଛି

ତୁମ କଥା ଏବେ ମନରେ ରହିଛି

ବନ୍ଧୁତା ପାଇଁ କହିଲି ପଦିଏ, ବନ୍ଧୁତ୍ୱ ଭାଷାରେ

ବନ୍ଧୁତ୍ୱ ର ହାତ ବଢ଼ାଇ ଦେଇଛି

ଆସ ବନ୍ଧୁ,ବନ୍ଧୁତ୍ୱ ଆମର ହେଉ ନିଦର୍ଶନ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract